ହୀରାକୁଦରେ ପାଣି ପଶୁଛି ଅଧିକ, ବାହାରୁଛି କମ

ଜଳସ୍ତର ୬୦୯.୭୯ ଫୁଟ ଥିବାବେଳେ ଏହି ସମୟରେ ଜଳଭଣ୍ଡାରକୁ ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

hirakud dam

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବଢ଼ିବାରେ ଲାଗିଛି ଜଳସ୍ତର | ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ ଅଧିକ ଥିବାବେଳେ ନିଷ୍କାସନ କମ ରହିଛି | ତାଜା ସୂଚନା ଅନୁସାରେ ଜଳସ୍ତର ୬୦୯.୭୯ ଫୁଟ ଥିବାବେଳେ ଏହି ସମୟରେ ଜଳଭଣ୍ଡାରକୁ ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ପ୍ରତି ସ୍ପିଲ୍‌ୱେ ଦେଇ ୨ ଲକ୍ଷ ୯୬ ହଜାର ୮୪୦ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା।

ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍‌ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍‌ ଛଡ଼ାଯାଉଛି। ଉଲ୍ଲେଖ ଥାଉ କି ଗତକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ରବିବାର ପୂର୍ବାହ୍ଣ ୧୦ଟାରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯାଇଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଘଣ୍ଟା ପରେ ଆହୁରି ୮ ଗେଟ୍ ଖୋଲାଯାଇଥିଲା।

ଏଥିରେ ବାମପାର୍ଶ୍ବର ୧୩ ଏବଂ ଡାହାଣ ପାର୍ଶ୍ବର ୭ଟି ଗେଟ୍‌ ରହିଛି। ତଳମୁଣ୍ଡରେ ବର୍ଷା ଅଧିକ ନଥିବାରୁ ଏତେ ସଂଖ୍ୟାରେ ଗେଟ୍ ଖୋଲିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି। ତେବେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଅଧିକ ମାତ୍ରାରେ ପାଣି ହୀରାକୁଦକୁ ଆସୁଛି ବୋଲି ଜଣାପଡିଛି |  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe