ଆଉ ମାତ୍ର ୨୪ ଘଣ୍ଟାପରେ ଆରମ୍ଭ ହୋଇଯିବ ହକି ଇଣ୍ଡିଆ ଲିଗ୍‌

ଆଉ ମାତ୍ର ୨୪ ଘଣ୍ଟାପରେ ଆରମ୍ଭ ହୋଇଯିବ ହକି ଇଣ୍ଡିଆ ଲିଗ୍‌। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ମଧ୍ୟରେ ଖେଳାଯିବ।

xc
ରାଉରକେଲା: ଆଉ ମାତ୍ର ୨୪ ଘଣ୍ଟାପରେ ଆରମ୍ଭ ହୋଇଯିବ ହକି ଇଣ୍ଡିଆ ଲିଗ୍‌। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯିବ। ପ୍ରତିଯୋଗିତା ପାଇଁ ମୋଟ୍‌ ୭ଟି ଦଳ, ଯଥା- ସୂର୍‌ମା ହକି କ୍ଲବ, ୟୁପି ରୁଦ୍ରସ୍‌, ହାଇଦ୍ରାବାଦ ତୁଫାନ୍ସ, ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ‌୍, ଟିମ୍‌ ଗୋନାସିକା, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍  ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ରାଉରକେଲାରେ ପହଞ୍ଚିସାରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅନ୍ତିମ ଦଳଭାବେ ତାମିଲନାଡ଼ୁ ଡ୍ରାଗନ୍ସ ରାଉରକେଲାରେ ପହଞ୍ଚିବ। ତାମିଲନାଡ଼ୁ ଦଳରେ ଓଡ଼ିଆ ତାରକା ତଥା ଦୁଇଦୁଇଥର ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ଅମିତ ରୋହିଦାସ ଅଛନ୍ତି।

ଗୁରୁବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଟିମ୍‌ ଗୋନାସିକା ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍ ମଧ୍ୟରେ ଏକ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିତ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଅଭ୍ୟାସ ମ୍ୟାଚ୍‌ ହୋଇଥିଲେ ସୁଦ୍ଧା ଏହା ବେଶ୍‌‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ତେବେ ଏହି ମ୍ୟାଚ୍‌କୁ ଟିମ୍‌ ଗୋନାସିକା ୩-୦ ଗୋଲ୍‌ରେ ଜିତିନେଇଥିଲା।

ହକି ଇଣ୍ଡିଆ ଲିଗ୍‌ ଅବ୍ୟବହତି ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ୬ଟି ଦଳର ଅଧିନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ୬ ଅଧିନାୟକଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଅପରପକ୍ଷରେ ପୂର୍ବରୁ ପହଞ୍ଚିସାରିଥିବା ବିଭିନ୍ନ ଦଳ କ୍ରୀଡ଼ାଭ୍ୟାସ ଆରମ୍ଭ କରିଦେଇଛନ୍ତି। ପରସ୍ପର ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳୁଛି। ଗୁରୁବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଟିମ୍‌ ଗୋନାସିକା ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍ ମଧ୍ୟରେ ଏକ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିତ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଅଭ୍ୟାସ ମ୍ୟାଚ୍‌ ହୋଇଥିଲେ ସୁଦ୍ଧା ଏହା ବେଶ୍‌‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ତେବେ ଏହି ମ୍ୟାଚ୍‌କୁ ଟିମ୍‌ ଗୋନାସିକା ୩-୦ ଗୋଲ୍‌ରେ ଜିତିନେଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe