Hockey pro-league : ବିଦେଶୀ ଦଳକୁ ବି ଭର୍‌ପୂର ସମର୍ଥନ:ହକି ପ୍ରୋ-ଲିଗ୍‌

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ହକିର କ୍ରେଜ୍‌ ବିଷୟରେ ସମସ୍ତେ ଅବଗତ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକିପ୍ରେମୀଙ୍କ ଉପସ୍ଥିତିରୁ ହିଁ ଏହା ସ୍ପଷ୍ଟ ହୁଏ। ପୂର୍ବରୁ ଏକାଧିକ ବିଦେଶୀ ଦଳ ମଧ୍ୟ ସ୍ଥାନୀୟ ଦର୍ଶକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ହକିର କ୍ରେଜ୍‌ ବିଷୟରେ ସମସ୍ତେ ଅବଗତ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକିପ୍ରେମୀଙ୍କ ଉପସ୍ଥିତିରୁ ହିଁ ଏହା ସ୍ପଷ୍ଟ ହୁଏ। ପୂର୍ବରୁ ଏକାଧିକ ବିଦେଶୀ ଦଳ ମଧ୍ୟ ସ୍ଥାନୀୟ ଦର୍ଶକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

WhatsApp Image 2026-02-14 at 8.46.32 AM

ମ୍ୟାଚ୍‌ ଉପଭୋଗକଲେ ୫ ହଜାର ଦର୍ଶକ
ସୁନ୍ଦରଗଡ଼ ଜିଲ୍ଲାରେ ହକିର କ୍ରେଜ୍‌ ବିଷୟରେ ସମସ୍ତେ ଅବଗତ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକିପ୍ରେମୀଙ୍କ ଉପସ୍ଥିତିରୁ ହିଁ ଏହା ସ୍ପଷ୍ଟ ହୁଏ। ପୂର୍ବରୁ ଏକାଧିକ ବିଦେଶୀ ଦଳ ମଧ୍ୟ ସ୍ଥାନୀୟ ଦର୍ଶକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସ୍ଥାନୀୟ ଦର୍ଶକ କେବଳ ଭାରତୀୟ ଦଳକୁ ନୁ‌ହେଁ; ବରଂ ବିଦେଶୀ ଦଳକୁ ମଧ୍ୟ ଆକୁଣ୍ଠ ସମର୍ଥନ କରିଥାନ୍ତି। ଆଜି ଆର୍ଜେଣ୍ଟିନା ଓ ବେଲଜିୟମ ବିପକ୍ଷ ମ୍ୟାଚ୍‌ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଖାପାଖି ୪/୫ ହଜାର ଦର୍ଶକ ଆଜିର ମ୍ୟାଚ୍‌କୁ ଉପଭୋଗ କରିବାସହ ନିଜ ନିଜ ପସନ୍ଦର ଦଳକୁ ସମର୍ଥନ କରିଥିଲେ। ପ୍ରତ୍ୟେକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ତଥା ଗୋଲ୍‌ରେ ତାଳିମାରି ଦଳକୁ ଉତ୍ସାହିତ କରିଥିଲେ।

ପୁଲିସ କର୍ମଚାରୀଙ୍କୁ ଏ କି ସମ୍ମାନ?
ଚଳିତ ଭାରତ ପର୍ଯ୍ୟାୟ ହକି ପ୍ରୋଲିଗ୍‌ର ସୁରକ୍ଷା ଦାୟିତ୍ବରେ ରହିଛି ରାଉରକେଲା ପୁଲିସ୍‌। ଷ୍ଟାଡିୟମ ଭିତରେ ଓ ବାହାରେ ତଥା ସମସ୍ତ ଗେଟ୍‌ ଏବଂ ଟ୍ରାଫିକ ସମସ୍ୟା ଦୂର କରିବାରେ ମୁତୟନ ଅଛନ୍ତି। ମୋଟ୍‌ ୧୦ ପ୍ଲାଟୁନ୍‌ ଫୋର୍ସ ସହିତ ୩ ଶହରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ, ହୋମ୍‌ଗାର୍ଡ ନିୟୋଜିତ। ଦିନରାତି ନିଷ୍ଠାର ସହ ଡ୍ୟୁଟିରତ ପୁଲିସ କର୍ମଚାରୀଙ୍କୁ କିନ୍ତୁ ହକି ଇଣ୍ଡିଆ ପକ୍ଷରୁ ଉପଯୁକ୍ତ ସମ୍ମାନ ଦିଆଯାଉନି। ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥାକୁ କ୍ରମାଗତଭାବେ ଅଣଦେଖା କରାଯାଉଛି। ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଗୋଟିଏ ଖାଦ୍ୟ ପ୍ୟାକେଟ୍‌ ଦିଆଯାଉଛି। ଉକ୍ତ ଖାଦ୍ୟ ପୁଡ଼ଇଆକୁ ପୁଲିସ କର୍ମଚାରୀ ଭାଗକରି ଖାଉଥିବା ଦେଖିବାକୁ ମିଳୁଛି। ଉକ୍ତ ପ୍ୟାକେଟ୍‌ରେ ଗୋଟିଏ ଲେଖାଏ କଦଳୀ, କଚୋଡ଼ି, ବ୍ରେଡ୍‌ଚପ୍‌, ଅଣ୍ଡା, ମିଠା, ଛୋଟ କେକ୍‌ ଓ ଫ୍ରୁଟି ରହୁଛି। ଏନେଇ ଚାପା ଅସନ୍ତୋଷ ଦେଖିବାକୁ ମିଳୁଥିଲେ ସୁଦ୍ଧା ଏଦିଗରେ ହକି ଇଣ୍ଡିଆ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଉନି।

ହକି ପ୍ରତି ଆକର୍ଷିତ କୁନି ଦର୍ଶକ
ଆବାଳବୃଦ୍ଧବନିତା ହକି ମ୍ୟାଚ୍‌କୁ ଉପଭୋଗ କରୁଛନ୍ତି। ତେବେ ଆଜି ଦୁଇଜଣ କୁନି ଦର୍ଶକ ପହଞ୍ଚିଥିଲେ, ଯେଉଁମାନଙ୍କର ହକି ପ୍ରତି ଅହେତୁକ ଦୁର୍ବଳତା। ସେମାନେ ହେଉଛନ୍ତି ଲକ୍ଷିତ ଶଙ୍କର ତନ୍ତୀ ଓ ରୀତିକା ସେଠୀ। ଜଲଦା ସି’ ବ୍ଲ ନିବାସୀ ତଥା ଦ୍ବିତୀୟ ଶ୍ରେଣୀ ଛାତ୍ର ଲକ୍ଷିତ ଚଳିତ ପ୍ରୋଲିଗ୍‌ର ସମସ୍ତ ଜାରୋଟି ମ୍ୟାଚ୍‌ ଦେଖିସାରିଲେଣି। ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ, ସବୁ ମ୍ୟାଚ୍‌କୁ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଯାଉଛନ୍ତି। ସେହିଭଳି ରୀତିକା ମଧ୍ୟ ହକି ମ୍ୟାଚ୍‌ ଦେଖିବାକୁ ବେଶ୍‌ ଭଲପାଆନ୍ତି। ଗତ ୩ଟି ମ୍ୟାଚ୍‌ ଦେଖିଆସୁଥିବାବେଳେ ଅବଶିଷ୍ଟ ଦୁଇଟି ମ୍ୟାଚ୍‌ ଦେଖିବେବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏମିତିକି ପରିବାର ସଦସ୍ୟ ମନାକଲେ, ଜିଦ୍‌ କରୁଛନ୍ତି।

ଆରମ୍ଭରୁ ପହଞ୍ଚିପାରିଲେନି ମନ୍ତ୍ରୀ 
ଆଜି ଚତୁର୍ଥ ଦିନରେ ମୁଖ୍ୟଅତିଥି ଥିଲେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତିଦିନଭଳି ଆଜି ମଧ୍ୟ ମୁଖ୍ୟଅତିଥି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପଡ଼ିଆକୁ ଯାଇ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଧନ କରିଥାନ୍ତେ। କିନ୍ତୁ କୌଣସି କାରଣରୁ ମନ୍ତ୍ରୀ ପହଞ୍ଚିନପାରିବାରୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ ମୁଖ୍ୟଅତିଥିଭାବେ ପଡ଼ିଆକୁ ଯାଇଥିଲେ। ମନ୍ତ୍ରୀ ପ୍ରାୟ ୧୦ ମିନିଟ୍‌ ବିଳମ୍ବ, ଅର୍ଥାତ୍‌ ୭.୪୦ରେ ଷ୍ଟାଡିୟମକୁ ପହଞ୍ଚିଥିଲେ, ସେତେବେଳକୁ କିନ୍ତୁ ମ୍ୟାଚ୍‌ ଆରମ୍ଭ ହୋଇସାରିଥିଲା। ଅବଶ୍ୟ, ମ୍ୟାଚ୍‌ ଶେଷହେବାପରେ ମନ୍ତ୍ରୀ ପଡ଼ିଆକୁ ଯାଇ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହୋଇଥିଲେ। ତେବେ ମନ୍ତ୍ରୀ ମ୍ୟାଚ୍‌ ଆରମ୍ଭରୁ ପଡ଼ିଆକୁ ଯାଇନପାରିବାରୁ ଦଳୀୟ ସମର୍ଥକ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କୁ କାହିଁକି ଜଗିଲେନି, ମ୍ୟାଚ୍‌ ବିଳମ୍ବରେ ଆ‌ୟୋଜନ କରାଗଲାନି କାହିଁକି ବୋଲି ପ୍ରଶ୍ନ କରିଥିଲେ।

୨୦୦ତମ ମ୍ୟାଚ୍‌ ଖେଳିଲେ ଆର୍ଥର୍‌ ଡି ସ୍ଲୋଭର
ଆଧୁନିକ ଫିଲ୍ଡ ହକିରେ ପ୍ରତିରକ୍ଷା ଉତ୍କର୍ଷତାର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳିଭାବେ ପରିଚିତ ବେଲ୍‌ଜିୟମ୍‌ର ଆର୍ଥର୍‌ ଆଜି ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ସେ ଆର୍ଜେଣ୍ଟିନା ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ୧୯୯୭ ମସିହାରେ ହକି ପରମ୍ପରାରେ ବୁଡ଼ି ରହିଥିବା ଏକ ପରିବାରରେ ଜନ୍ମଗ୍ରହଣ କରିଥିବା ଡି ସ୍ଲୋଭର ବେଲଜିୟମର ଯୁବ ଦଳରୁ ସ୍ବଳ୍ପ ସମୟରେ ବରିଷ୍ଠ ଜାତୀୟ ଦଳକୁ ଆସିଥିଲେ। ୨୦୧୮ ବିଶ୍ୱକପ୍, ୨୦୧୯ ୟୁରୋପୀୟ ଚାମ୍ପିଅନସିପ୍, ଟୋକିଓ ଅଲିମ୍ପିକ୍ସ (୨୦୨୦)ରେ ସ୍ବର୍ଣ୍ଣପଦକ ବିଜେତା ବେଲଜିୟମ ଦଳର ସଦସ୍ୟ ଥିଲେ। ୨୦୧୮ରେ ଏଫ୍‌ଆଇଏଚ୍‌ ଉଦୀୟମାନ ଯୁବ ଖେଲାଳି ପୁରସ୍କାର, ତାଙ୍କ ପ୍ରତିଭାକୁ ପ୍ରାରମ୍ଭିକ ସ୍ୱୀକୃତି ଦେଇଥିଲେ। ସେ ସମ୍ପ୍ରତି ହାଇଦ୍ରାବାଦ ତୁଫାନ୍ସ ପକ୍ଷରୁ ହକି ଇଣ୍ଡିଆ ଲିଗ୍‌ରେ ଦକ୍ଷତା ପ୍ରଦର୍ଶନ କରୁଛନ୍ତି।

ମ୍ୟାଚ୍‌ର ମଜାନେଲେ ସ୍କୁଲ ପିଲା
ଆଜିର ମ୍ୟାଚ୍‌ ଦେଖିଛନ୍ତି ବିଭିନ୍ନ ସ୍କୁଲର କୁନି କୁନି ପିଲା। ରାଉରକେଲା ସମେତ ବରସୁଆଁ, ବଣାଇଁ ଅଞ୍ଚଳର କିଛି ସ୍କୁଲର ଛାତ୍ରଛାତ୍ରୀ, ହକି ପ୍ରଶିକ୍ଷଣ କେନ୍ଦ୍ରର ଉଦୀୟମାନ ଯୁବ ଖେଳାଳି ମ୍ୟାଚ୍‌ର ମଜାନେଇଛନ୍ତି। ମ୍ୟାଚ୍‌ସାରା ଷ୍ଟାଡିୟମ୍‌ରେ ବସି ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଖି ବିଭିନ୍ନ କ୍ରୀଡ଼ାକୌଶଳ ଶିଖିଥିଲେ। ମ୍ୟାଚ୍‌ ‌ଶେଷହେବାପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କ ସହ ସାକ୍ଷାତ ଆଲୋଚନା କରିବାସହ ଫଟୋ ଉଠାଇଥିଲେ। ମତବିନିମୟବେଳେ ଶ୍ରୀ ତିର୍କି ହକିର ବିଭିନ୍ନ ଶୈଳୀ ବିଷୟରେ ଟିପ୍ସ ଦେବାସହ ନିଷ୍ଠାପରଭାବେ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe