ଗଞ୍ଜେଇ ଚୋରା ଚାଲାଣ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ହୋମଗାର୍ଡ

Advertisment

ଗଞ୍ଜେଇ ଚୋରାଚାଲାଣ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ହୋମଗାର୍ଡ। ଘଟଣା ଘଟିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେତଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମରେ.ଗୁରୁତର ଆହତ ହୋଇଛନ୍ତି ହୋମଗାର୍ଡ ଦେବେନ୍ଦ୍ର ରାଉତ।

ଗଞ୍ଜେଇ ଚୋରାଚାଲାଣ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ହୋମଗାର୍ଡ। ଘଟଣା ଘଟିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେତଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମରେ.ଗୁରୁତର ଆହତ ହୋଇଛନ୍ତି ହୋମଗାର୍ଡ ଦେବେନ୍ଦ୍ର ରାଉତ।

nj

ଚିତ୍ରକୋଣ୍ଡା: ଗଞ୍ଜେଇ ଚୋରାଚାଲାଣ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ହୋମଗାର୍ଡ। ଘଟଣା ଘଟିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେତଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମରେ.ଗୁରୁତର ଆହତ ହୋଇଛନ୍ତି ହୋମଗାର୍ଡ ଦେବେନ୍ଦ୍ର ରାଉତ।

ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଓ ପାପରମେଟଳା ପୁଲିସ ପକ୍ଷରୁ ଗତକାଲି ରାତି ନଅଟା ସମୟରେ ପାପରମେଟଳା ପଞ୍ଚାୟତର ଲିମାତାଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କିଛି ଗ୍ରାମବାସୀ ଏକଜୁଟ ହୋଇ ପୁଲିସ କର୍ମଚାରୀଙ୍କୁ କାବୁ କରି ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥବା ବେଳେ ହୋମଗାର୍ଡ ଦେବେନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଦେବେନ୍ଦ୍ରଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ମେଡିକାଲରେ ପହଞ୍ଚି ଆହତ ହୋମଗାର୍ଡଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଓ ପାପରମେଟଳା ପୁଲିସ ପକ୍ଷରୁ ଗତକାଲି ରାତି ନଅଟା ସମୟରେ ପାପରମେଟଳା ପଞ୍ଚାୟତର ଲିମାତାଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କିଛି ଗ୍ରାମବାସୀ ଏକଜୁଟ ହୋଇ ପୁଲିସ କର୍ମଚାରୀଙ୍କୁ କାବୁ କରି ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥବା ବେଳେ ହୋମଗାର୍ଡ ଦେବେନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଦେବେନ୍ଦ୍ରଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ମେଡିକାଲରେ ପହଞ୍ଚି ଆହତ ହୋମଗାର୍ଡଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe