କୋଲକାତାରେ ହୋଟେଲରେ ଲାଗିଲା ନିଆଁ, ୧୪ ଜଣଙ୍କର ମୃତ୍ୟୁ

Advertisment

କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ। କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା।

କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ। କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା।

hotel

କୋଲକାତା: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ। କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା। ଏପର୍ଯ୍ୟନ୍ତ ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଅଗ୍ନିକାଣ୍ଡ ଘଟଣା ବିଷୟରେ କହିଛନ୍ତି, "ମଙ୍ଗଳବାର ରାତି ପ୍ରାୟ ୮:୧୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନେକ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ କିପରି ଲାଗିଲା ତାହା ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି।"

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ହୋଟେଲରେ ନିଆଁ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe