ନିଜ ବନ୍ଧୁକରୁ ଗୁଳି ଫୁଟି ଚାଲିଗଲା ଶିକାରୀର ଜୀବନ

ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣି ପଦାସାହି ଗାଁ ନିକଟରେ । ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତ ଦୁଇ ମାସ ହେବ ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ ହରିଶ୍ଚନ୍ଦ୍ର ।

Dead

ମୋହନା: ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣି ପଦାସାହି ଗାଁ ନିକଟରେ । ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତ ଦୁଇ ମାସ ହେବ କୁଙ୍କୁଣି ପଦାସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ ହରିଶ୍ଚନ୍ଦ୍ର ।

ଗତକାଲି ସନ୍ଧ୍ୟାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଜଣ ଜଙ୍ଗଲକୁ ଦେଶୀ ବନ୍ଧୁକ ନେଇ ଶିକାର କରିବାକୁ ଯାଇଥିଲେ । ସେହି ସମୟରେ ଗୁଳିଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି । ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି ନା ଆଉ କଣ କାରଣ ରହିଛି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଭିଣୋଇ ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଗତକାଲି ସନ୍ଧ୍ୟାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଜଣ ଜଙ୍ଗଲକୁ ଦେଶୀ ବନ୍ଧୁକ ନେଇ ଶିକାର କରିବାକୁ ଯାଇଥିଲେ । ସେହି ସମୟରେ ଗୁଳିଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି । ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି ନା ଆଉ କଣ କାରଣ ରହିଛି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଭିଣୋଇ ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe