Image Credit: Hindustan Times
ନୂଆଦିଲ୍ଲୀ: ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖ୍ୟ ଅମିତ ଶାହା କହିଛନ୍ତି: ବଙ୍ଗ ସରକାର ମୋ ନାଁରେ ଏଫ୍ଆଇଆର୍ ଦେଇଛନ୍ତି ବୋଲି ଏବେ ଶୁଣିଲି, ତାଙ୍କୁ କହିରଖୁଛି, ମୁଁ ଏଫ୍ଆଇଆର୍କୁ ଡରେ ନାହିଁ... ହିଂସାତ୍ମକ ଆକ୍ରମଣରେ ମୋର ବହୁ କର୍ମୀ ନିହତ ହେଲେଣି।
ସେ ତୃଣମୂଳ କଂଗ୍ରେସ ଉପରେ ଦୋଷାରୋପ କରି କହିଛନ୍ତି ଯେ କୋଲ୍କାତା ରୋଡ୍ସୋ’ ସମୟରେ ତୃଣମୂଳ କଂଗ୍ରେସ ହିଂସାକାଣ୍ଡ ଭିଆଇଛି। ନିଜ କଥା ପ୍ରମାଣ କରିବାକୁ ଶାହା ତିନୋଟି ଫଟୋଚିତ୍ର ଦେଖାଇ ଥିଲେ।
ହିଂସାକାଣ୍ଡ ଦ୍ୱାରା ଆମେ ଦବି ଯିବୁ ନାହିଁ। ବଙ୍ଗବାସୀଙ୍କ କ୍ରୋଧ ରାଜ୍ୟରେ ଗଣତନ୍ତ୍ରକୁ ସ୍ୱାଶରୁଦ୍ଧ କରୁଥିବା ମମତା ଦିଦିଙ୍କୁ ପରାସ୍ତ କରିବ।
ଭାଗ୍ୟ ଭଲ ମୁଁ ରକ୍ଷା ପାଇଗଲି। ଯଦି ସିଆର୍ପିଏଫ୍ ନ ଥାନ୍ତେ ମୋ ବଞ୍ଚିବା କଷ୍ଟକର ହୋଇ ଥାଆନ୍ତା।
ସେ କହିଲେ ଯଦି ନିର୍ବାଚନୀ ହିଂସାକାଣ୍ଡ ପାଇଁ ବିଜେପି ଦାୟୀ ତେବେ ଖାଲି ପଶ୍ଚିମବଙ୍ଗରେ ନୁହେଁ, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏ ଭଳି ଘଟିଥାଆନ୍ତା।
Follow Us