ବେଙ୍ଗଲ ଜଳିଲେ ଓଡ଼ିଶା-ଝାଡ଼ଖଣ୍ଡ ଜଳିବ ବୋଲି କହିଲେ ଦିଦି, ନିନ୍ଦା କଲେ ସୋରେନ୍

Advertisment

ବେଙ୍ଗଲ ଜଳିଲେ ଓଡ଼ିଶା-ଝାଡ଼ଖଣ୍ଡ ବି ଜଳିବ । ଏଭଳି ଧମକ ଦେଇ ବିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିବାଦୀୟ ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେପି ।

ବେଙ୍ଗଲ ଜଳିଲେ ଓଡ଼ିଶା-ଝାଡ଼ଖଣ୍ଡ ବି ଜଳିବ । ଏଭଳି ଧମକ ଦେଇ ବିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିବାଦୀୟ ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେପି ।

]

କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ କାମ କରୁଥିବା ୩୧ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ନ୍ୟାୟ ଦାବି କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବଢ଼ୁଥିବା ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥରହର ହୋଇଛନ୍ତି। ପ୍ରକୃତ ଦୋଷୀକୁ ଦିଦି ସୁରକ୍ଷା ଦେଉଥିବା ନେଇ ବିଜେପି ଦାବି କରୁଥିବା ବେ‌ଳେ ଦିଦି ଦେଇଥିବା ଧମକକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।

ସୂଚନା ମୁତାବକ, ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସିର ଷ୍ଟୁଡେଣ୍ଟ ୱିଙ୍ଗକୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଶୁଣି ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ମନେ ରଖ, ଯଦି ବଙ୍ଗଳା ଜଳେ ତେବେ ଆସାମ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ଦିଲ୍ଲୀ ମଧ୍ୟ ଜଳିବ।”

ତାଙ୍କର ଏଭଳି ବୟାନକୁ ନିନ୍ଦା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, “ଦିଦି, ତୁମେ ଆସାମକୁ ଧମକ ଦେବାକୁ କିପରି ସାହସ କଲ? ଆମକୁ ନାଲି ଆଖି ଦେଖାଅ ନାହିଁ । ଆପଣଙ୍କର ବିଫଳ ରାଜନୀତିରେ ଭାରତକୁ ଜାଳିବାକୁ ଚେଷ୍ଟା କରନ୍ତୁ ନାହିଁ । ବିଭାଜନକାରୀ ଭାଷା କହିବା ଆପଣଙ୍କୁ ଶୋଭା ପାଉ ନାହିଁ । ” ଶର୍ମାଙ୍କ ବ୍ୟତୀତ ଅନ୍ୟ ବିଜେପି ନେତା ମଧ୍ୟ ଦିଦିଙ୍କ ଏଭଳି ହିଂସା ସୃଷ୍ଟି କଲା ଭଳି ବୟାନକୁ ନିନ୍ଦା କରିଛନ୍ତି।

ଏହି ଖବର ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ, ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe