ଏଥର ନିଜ ଦଳକୁ ଛାଡ଼ି ‘ଝାଡୁ’ରେ ଭୋଟ୍‌ ଦିଅନ୍ତୁ: ଗୋଆର ‘ବିଜେପି’ ଓ ‘କଂଗ୍ରେସ’ କର୍ମୀଙ୍କୁ କେଜ୍ରିୱାଲ୍‌ଙ୍କ ଅନୁରୋଧ

Advertisment
ଏଥର ନିଜ ଦଳକୁ ଛାଡ଼ି ‘ଝାଡୁ’ରେ ଭୋଟ୍‌ ଦିଅନ୍ତୁ: ଗୋଆର ‘ବିଜେପି’ ଓ ‘କଂଗ୍ରେସ’ କର୍ମୀଙ୍କୁ କେଜ୍ରିୱାଲ୍‌ଙ୍କ ଅନୁରୋଧ

Image Courtesy of Zee News

ନୂଆଦିଲ୍ଲୀ: ଏଥର ନିଜ ଦଳକୁ ଛାଡ଼ି ‘ଝାଡୁ’ରେ ଭୋଟ୍‌ ଦେବା ଲାଗି ଆଜି ‘ଆପ୍‌’ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଗୋଆର ‘ବିଜେପି’, ‘କଂଗ୍ରେସ’ ଏବଂ ଅନ୍ୟ ବିରୋଧୀ ଦଳର କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ତାଙ୍କ ଦଳ ତରଫରୁ ପ୍ରଚାର ଅଭିଯାନ ଚଳାଇଥିବା ବେଳେ କେଜ୍ରିୱାଲ୍‌ ଏକଥା କହିଛନ୍ତି।

ପ୍ରତିଦ୍ବନ୍ଦ୍ବୀ ଦଳର କର୍ମୀମାନଙ୍କୁ ଆବେଗଭରା ନିବେଦନ କରି କେଜ୍ରିୱାଲ୍‌ କହିଛନ୍ତି ଯେ, ସେମାନେ ତାଙ୍କ ଦଳ ପରିତ୍ୟାଗ କରିବା ଅନୁଚିତ, କିନ୍ତୁ ସେମାନଙ୍କ ସନ୍ତାନସନ୍ତତି ଏବଂ ଜନସାଧାରଣଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ତାଙ୍କ ଦଳକୁ (ଆପ୍‌) ଭୋଟ୍‌ ଦିଅନ୍ତୁ।

publive-image Image Courtesy of First Post

ସେ କହିଛନ୍ତି, ‘ବିଜେପି’, ‘କଂଗ୍ରେସ’ ଏବଂ ଅନ୍ୟ ଦଳର କର୍ମୀମାନେ ସେମାନଙ୍କ ଦଳ ଛାଡ଼ି ‘ଆପ୍‌’ରେ ଯୋଗ ଦେବା ଅନାବଶ୍ୟକ। କିନ୍ତୁ, ମୋର ଅନୁରୋଧ: ଆପଣମାନଙ୍କ ସନ୍ତାନସନ୍ତତି ଏବଂ ଗୋଆର ଭବିଷ୍ୟତ ନିମନ୍ତେ ଚଳିତ ବିଧାନସଭା ନିର୍ବାଚନରେ ‘ଝାଡୁ’ ଚିହ୍ନରେ ଭୋଟ୍‌ ଦିଅନ୍ତୁ। ଦୟାକରି ଏଇ ଥରକ ଆପଣମାନଙ୍କ ଦଳକୁ ଉପେକ୍ଷା କରନ୍ତୁ।

ସୂଚନାଯୋଗ୍ୟ, ଦଳ ପ୍ରତି ଅନୁଗତ ରହିବା ନିମନ୍ତେ ବୁଧବାର ଦିନ କେଜ୍ରିୱାଲ୍‌ଙ୍କ ଦଳର ପ୍ରାର୍ଥୀମାନେ ଗୋଟାଏ ନ୍ୟାୟିକ ସତ୍ୟପାଠରେ ସ୍ବାକ୍ଷର କରିବା ସହ ଶପଥ ଗ୍ରହଣ କରିଥିଲେ। ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ, ନିଷ୍ଠାପର ଭାବେ କାର୍ଯ୍ୟ କରିବେ ବୋଲି ମଧ୍ୟ ସେମାନେ ଶପଥ ନେଇଥିଲେ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅମିତ ପାଲେକର୍‌ ସମସ୍ତ ପ୍ରାର୍ଥୀଙ୍କୁ ଶପଥପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe