ଅସୁସ୍ଥ ହାତୀ ଶାବକ ଉଦ୍ଧାର

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଶାବକ ଉଦ୍ଧାର କରାଯାଇଛି। ଉଦ୍ଧାର ହାତୀ ଶାବକର ବୟସ ୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଶାବକ ଉଦ୍ଧାର କରାଯାଇଛି। ଉଦ୍ଧାର ହାତୀ ଶାବକର ବୟସ ୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

baby5

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଶାବକ ଉଦ୍ଧାର କରାଯାଇଛି।ଉଦ୍ଧାର ହାତୀ ଶାବକର ବୟସ ୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାତୀ ଶାବକଟି ଗୋଠରୁ ଅଲଗା ହୋଇ ରହିଯାଇଛି।

ବନ ବିଭାଗ ଖବର ପାଇ ଶାବକକୁ ହାତୀପଲରେ ମିଶାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛି। ଫଳରେ ବିଳମ୍ବିତ ରାତିରେ ଉଦ୍ଧାର କରି ବନ୍ଧନଝରୀ ଫରେଷ୍ଟ ବିଟ୍ ରେ ରଖିଛି। ତେଲକୋଇ ପ୍ରାଣୀ ଚିକିତ୍ସା ଦଳ ସେଠାରେ ପହଞ୍ଚି ଚିକିତ୍ସା କରିଛନ୍ତି। ତେବେ ଅସୁସ୍ଥ ଶାବକଟି ଯାହା ଖାଉଛି, ବାନ୍ତି କରି ଦେଉଥିବା ଜଣାପଡିଛି। ଏହି ଗୋଠରେ ୨୧ଟି ହାତୀ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe