ସହରରେ ମାଳ ମାଳ ବେଆଇନ ବିଲଡିଂ! ଉଚ୍ଛେଦରେ ଆର୍‌ଏମ୍‌ସିର ପାତରଅନ୍ତର

Advertisment

ସହରରେ ବାସଗୃହ ଓ ଅନ୍ୟାନ୍ୟ ବ୍ୟବସାୟିକ ବିଲ୍‌ଡିଂ ନିର୍ମାଣ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଅନୁମତି ନିତାନ୍ତ ଆବଶ୍ୟକ। ଆର୍‌ଏମ୍‌ସି ଅନୁମତିପ୍ରାପ୍ତ ପ୍ଲାନ୍‌ ହିସାବରେ ହିଁ ବିଲ୍‌ଡିଂ ନିର୍ମାଣ ହେବ।

ସହରରେ ବାସଗୃହ ଓ ଅନ୍ୟାନ୍ୟ ବ୍ୟବସାୟିକ ବିଲ୍‌ଡିଂ ନିର୍ମାଣ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଅନୁମତି ନିତାନ୍ତ ଆବଶ୍ୟକ। ଆର୍‌ଏମ୍‌ସି ଅନୁମତିପ୍ରାପ୍ତ ପ୍ଲାନ୍‌ ହିସାବରେ ହିଁ ବିଲ୍‌ଡିଂ ନିର୍ମାଣ ହେବ।

f261f526-11cd-4370-a7c6-c2a3d9eeb00e
ରାଉରକେଲା: ସହରରେ ବାସଗୃହ ଓ ଅନ୍ୟାନ୍ୟ ବ୍ୟବସାୟିକ ବିଲ୍‌ଡିଂ ନିର୍ମାଣ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଅନୁମତି ନିତାନ୍ତ ଆବଶ୍ୟକ। ଆର୍‌ଏମ୍‌ସି ଅନୁମତିପ୍ରାପ୍ତ ପ୍ଲାନ୍‌ ହିସାବରେ ହିଁ ବିଲ୍‌ଡିଂ ନିର୍ମାଣ ହେବ। ତେବେ, ବର୍ତ୍ତମାନ ଏହି ନିୟମର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳୁଛି। ଲୋକେ ମୂଳ ପ୍ଲାନ୍‌କୁ ପରିବର୍ତ୍ତନକରି ନିଜସ୍ଵ ଢାଞ୍ଚାରେ ବିଲ୍‌ଡିଂ ନିର୍ମାଣ କରୁଛନ୍ତି। ବିଡ଼ମ୍ବନା, ସବୁ ଜାଣି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ଫଳରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।
ଅବଶ୍ୟ, ଗତ ନଭେମ୍ବର/ଡିସେମ୍ବର ମାସରେ ହାତଗଣତି ୩/୪ଟି ଅବୈଧ ନିର୍ମାଣାଧୀନ ବିଲ୍‌ଡିଂକୁ କାର୍ଯ୍ୟବନ୍ଦ ନୋଟିସ ଦିଆଯାଇଥିଲା। ତେବେ ଛେଣ୍ଡ୍‌ଠାରୁ ଆରମ୍ଭକରି ବାସନ୍ତୀକଲୋନି, ପାନପୋଷ, କଳିଙ୍ଗବିହାର ଆଦି ଅଞ୍ଚଳରେ ଥିବା ବିଲ୍‌ଡିଂ ଉପରେ ବିଭାଗର ଦୃଷ୍ଟି ପଡ଼ୁନି। ଏମିତିକି ମୁଖ୍ୟ ମାର୍ଗରେ ଚାଲିଥିବା ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ପାନପୋଷ ରୋଡ୍‌ରେ ଏଭଳି ଏକ ବିଲ୍‌ଡିଂ ନିର୍ମାଣ ହୋଇଛି। ପାନପୋଷ ରୋଡ୍‌ରେ ଥିବା ପ୍ଲଟ୍‌ ନଂ-୧୮୩/୩୧୧, ଖାତା ନଂ-୪‌ରେ ବିଲ୍‌ଡିଂ ନିର୍ମାଣ ଚାଲୁଥିବାରୁ ଆର୍‌ଏମ୍‌ସି ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ (ତାରିଖ: ୨୫/୧୦/୨୦୨୪, ଚିଠି ନଂ-୧୩୧୪୧) ଦିଆଯାଇଥିଲା। ଏହାପରେ କାର୍ଯ୍ୟ ବନ୍ଦ କରିବାକୁ ନୋଟିସ୍‌ (ଚିଠି ନଂ-୧୩୧୪୨) ଦେଇଥିଲେ। ଉକ୍ତ ବିଲ୍ଡିଂ ନିର୍ମାଣବେଳେ କୌଣସି ନିୟମ ପାଳନ କରାଯାଇନଥିଲା। ବିନା ଅନୁମତିରେ ତଥା ବିନା ପ୍ଲାନ୍‌ ଅନୁମୋଦନରେ ନିର୍ମାଣକାର୍ଯ୍ୟ ଚାଲୁଥିବା ଦର୍ଶାଇ ଆର୍‌ଏମ୍‌ସି ନୋଟିସ୍‌ ଜାରି କରିଥିଲା। ସମ୍ଭବତଃ ପରବର୍ତ୍ତୀ ସମୟରେ କୌଣସି ଭିତିରିଆ ସନ୍ଧି ଯୋଗୁ ନିର୍ମାଣକାର୍ଯ୍ୟ ପୁନର୍ବାର ବେଗ ଧରିଥିଲା। ବର୍ତ୍ତମାନ ଏହି ବିଲ୍‌ଡିଂ ପୂର୍ଣ୍ଣ କାର୍ଯ୍ୟକ୍ଷମ।
ଏଠାରେ ପ୍ରଶ୍ନ ଉଠେ, ଅନୁମତି ମିଳିନଥିବା ବିଲ୍‌ଡିଂକୁ ପରବର୍ତ୍ତୀ ସମୟରେ ଅନୁମତି ଦିଆଗଲା କେମିତି? ବିଲ୍‌ଡିଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ସଂପୂର୍ଣ୍ଣ ବେଆଇନଭାବେ ଅନୁମତି ପ୍ରଦାନ କରାଯିବା ପଛର କାରଣ କ’ଣ? ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୪ ତାରିଖରେ ଛେଣ୍ଡ୍‌ ଏକ୍ସିସ୍‌ ବ୍ୟାଙ୍କ୍‌ ପାଖ, ଜନତା ନିବାସ ଓ ମଧୁସୂଦନ ମାର୍ଗରେ ଚାଲିଥିବା ବେଆଇନ ନିର୍ମାଣକୁ ଆର୍‌ଏମ୍‌ସି ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ଗତ ନଭେମ୍ବର ୮ ତାରିଖରେ ପାନପୋଷ କାଳୀ ମନ୍ଦିର ନିକଟରେ ବେଆଇନଭାବେ ନିର୍ମାଣାଧୀନ ଏକ ବିଲ୍‌ଡିଂରେ ନୋଟିସ ଲଗାଯାଇଥିଲା। ସମ୍ପୃକ୍ତ ବିଲ୍‌ଡିଂର ମାଲିକ ଆର୍‌ଏମ୍‌ସି ପକ୍ଷରୁ ଦିଆଯାଇଥିବା ମୂଳ ପ୍ଲାନ୍‌କୁ ପରିବର୍ତ୍ତନକରି ନିଜସ୍ଵ ଢାଞ୍ଚାରେ ବିଲ୍‌ଡିଂ ନିର୍ମାଣ କରୁଥିଲେ। ବାସ୍ତବରେ ନୋଟିସ୍‌ଦେଇ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ଯେଉଁସବୁ ବିଲ୍ଡିଂକୁ ବେଆଇନ ଅଭିହିତ କରି କାର୍ଯ୍ୟବନ୍ଦ କରାଯାଇଥିଲା, ସେସବୁରେ ପୁନର୍ବାର ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି। ଏହାପଛରେ ଅସଲ ଉଦ୍ଦେଶ୍ୟ ନେଇ ଭିନ୍ନ ଭିନ୍ନ ମତ ପାଉଛି। ଏନେଇ ଆର୍‌ଏମ୍‌ସି କମିସନର ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe