ଡେରାଡୁନ: ଆଧାରକାର୍ଡ ଅନୁସାରେ ମହମ୍ମଦ ଖାନଙ୍କ ଜନ୍ମ ତାରିଖ ହେଉଛି ଜାନୁଆରି ୧। ଅଲଫିଦ୍ଙ୍କ ଜନ୍ମ ତାରଖ ମଧ୍ୟ ଜାନୁଆରି ୧। ଏପରିକି ଅଲଫିଦ୍ଙ୍କ ପୂରା ପରିବାରଙ୍କ ଜନ୍ମ ଜାନୁଆରି ୧ ତାରିଖରେ ବୋଲି ଦେଖିବାକୁ ମିଳିଛି। ହରିଦ୍ୱାରରୁ ୨୦ କିିମି ପରିସର ମଧ୍ୟରେ ଥିବା ଗଇନ୍ଦି କଟାରରେ ରହୁଥିବା ୮୦୦ରୁ ଊର୍ଧ୍ୱ ପରିବାରଙ୍କର ଏପରି ସମସ୍ୟା ଦେଖିବାକୁ ମିଳିଛି। ତେବେ ସେଠାକାର ଲୋକଙ୍କ ଅଭିଯୋଗ ହେଉଛି ଯେ ସେମାନେ ଆଧାରକାର୍ଡ ବନେଇବା ପାଇଁ ଏକ ବେସରକାରୀ ଏଜେନ୍ସିକୁ ଭୋଟର ଆଇକାର୍ଡ, ରାସନ କାର୍ଡ ଦେବା ସତ୍ୱେ ବି ସମସ୍ତଙ୍କ ଜନ୍ମ ତାରିଖ ଆଖିବୁଜା ପକାଇ ଆଧାରକାର୍ଡ କରାଯାଇଛି।
ଉଲ୍ଳେଖଯୋଗ୍ୟ, ଅଗଷ୍ଟ ମାସରେ ମଧ୍ୟ ଏପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା। ଆଗ୍ରାର ୩ଟି ଗ୍ରାମର ଗ୍ରାମବାସୀଙ୍କ ଆଧାରକାର୍ଡରେ ଜନ୍ମ ତାରିଖ ଜାନୁଆରି ୧ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ, ଆଧାରରେ ଜେଜେମାଆଙ୍କ ବୟସ ୧୮ ଥିବା ବେଳେ ନାତି ବୟସ ୬୦ ଥିବା ପରି ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା।
Follow Us