ନିର୍ବାଚନୀ ଭାଷଣରେ ସ୍ଥାନ ପାଇଲା ଶ୍ରୀଲଙ୍କା ବିସ୍ଫୋରଣ: ଆତଙ୍କବାଦକୁ ବିରୋଧ କରି ଭୋଟ୍‌ ମାଗିଲେ ମୋଦୀ ଓ ସ୍ୱାମୀ

Advertisment
ନିର୍ବାଚନୀ ଭାଷଣରେ ସ୍ଥାନ ପାଇଲା ଶ୍ରୀଲଙ୍କା ବିସ୍ଫୋରଣ: ଆତଙ୍କବାଦକୁ ବିରୋଧ କରି ଭୋଟ୍‌ ମାଗିଲେ ମୋଦୀ ଓ ସ୍ୱାମୀ

Moneycontrol

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ଏକ ବିଶ୍ୱବ୍ୟାପୀ ଖବର ପାଲଟିଥିବା ବେଳେ ଏହା ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ଭାଷଣର ଏକ ବିଷୟବସ୍ତୁ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀଙ୍କୁ ପ୍ରଚାରର ବିଷୟବସ୍ତୁ କରି ଦେଇଥିବା ଦେଖିବାକୁ ମିଳିଛି।

ରବିବାର ରାଜସ୍ଥାନରେ ଏକ ବିଜେପି ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ବିସ୍ଫୋରଣକୁ ନେଇ ନିଜ ଉଦ୍‌ବେଗ୍‌ ପ୍ରକାଶ କରିବା ସହ ଆତଙ୍କବାଦୀମାନଙ୍କର ଏପରି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି କି ଭାରତ ଶ୍ରୀଲଙ୍କା ସହ ଅଛି। ଦିଲ୍ଲୀ ତା’ର ଦକ୍ଷିଣାଞ୍ଚଳ ପଡ଼ୋଶୀକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଏତକ କହିବା ପରେ ମୋଦୀ ରାଲିରେ ଉପସ୍ଥିତ ସମର୍ଥକଙ୍କୁ କହିଥିଲେ ଯେ ଯଦି ସେମାନେ ବିଜେପିକୁ ଭୋଟ୍‌ ଦେଉଛନ୍ତି ତେବେ ସେମାନଙ୍କ ଭୋଟ୍‌ ଆତଙ୍କବାଦୀଙ୍କ ବିରୋଧରେ।

କେବଳ ମୋଦୀ ନୁହଁନ୍ତି ବିଜେପିର ରାଜ୍ୟସଭା ସାଂସଦ ଶୁଭ୍ରମଣ୍ୟମ ସ୍ୱାମୀ ମଧ୍ୟ ଶ୍ରୀଲଙ୍କା ବିସ୍ଫୋରଣକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କି ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଆତଙ୍କବାଦୀଙ୍କ ସହ ବନ୍ଧୁତା ରଖୁଛି। ଭାରତକୁ ପୁଣି ଥରେ ବିଜେପି ସରକାର ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe