କରୋନା ଚିକିତ୍ସା ପାଇଁ ପ୍ରଭାବୀ ଔଷଧ କମ୍ବିନେସନ ଚିହ୍ନଟ କଲେ ଆମେରିକା ଡାକ୍ତର

୩ କୋଲକାତା ଫେରନ୍ତାଙ୍କ ଆସିଲା ଯାତ୍ରା ବିବରଣୀ

India TV

ନ୍ୟୁୟର୍କ : କରୋନା ଭାଇରସ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଥିବାବେଳେ ଏହାର ଔଷଧ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସାରା ବିଶ୍ୱର ବୈଜ୍ଞାନିକମାନେ ଏହାର ଟୀକା ଓ ଔଷଧ ବାହାର କରିବାକୁ ରାତିଦିନ ଉଦ୍ୟମ କରିଚାଲିଛନ୍ତି । ତେବେ ଆମେରିକାର କିଛି ଗବେଷକ କରୋନା ସଂକ୍ରମଣ ଚିକିତ୍ସା ପାଇଁ ଦୁଇଟି ଔଷଧର ମିଳିତ ପ୍ରୟୋଗ ପାଇଁ ସୁପାରିଶ କରିଛନ୍ତି । ଏହି ଦୁଇଟି ଔଷଧ ହେଉଛି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ଆଜିଥ୍ରୋମିିସିନ ।
ଆମେରିକାର କାନସାସ ସିଟିର ଗବେଷକମାନେ ଏହି କମ୍ବିନେସର ପ୍ରସ୍ତାବ ଦେଇଛନ୍ତି ବୋଲି ଓ୍ୱାସିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଲେଖିଥିବା ଡଃ ଜେଫ କୋଲର କହିଛନ୍ତି ଯେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଏହି ଦୁଇ ଔଷଧର ମିଳିତ ପ୍ରୟୋଗରୁ ବ୍ୟାପକ ସଫଳତା ମିଳିଛି । କେବଳ ଆମେରିକା ନୁହେଁ ଫ୍ରାନ୍ସରେ ମଧ୍ୟ ଏହି ଦୁଇ ଔଷଧର ସଫଳ ପ୍ରୟୋଗ କରାଯାଇଛି । ଫ୍ରାନ୍ସରେ ହୋଇଥିବା ଅଧ୍ୟୟନ ଅନୁସାରେ କେବଳ ହୋଇଡ୍ରୋକ୍ସିକ୍ଲୋରୋକ୍ୱିନ ଦିଆଯାଇଥିବା କରୋନା ରୋଗୀମାନଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ନମୁନା ୬ ଦିନ ପରେ ନେଗେଟିଭ ବାହାରିଥିଲା । କିନ୍ତୁ ହୋଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ଆଜିଥ୍ରୋମିିସିନ ଦିଆଯାଇଥିବା କରୋନା ରୋଗୀମାନଙ୍କ ମଧ୍ୟରୁ ୧୦୦ ପ୍ରତିଶତଙ୍କ ନମୁନା ୬ ଦିନ ପରେ ନେଗେଟିଭ ବାହାରିଥିଲା । ତେବେ ଏସବୁ ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଇବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe