ଆଡିଲେଡ୍‌ ଟେଷ୍ଟରେ ଅଶ୍ୱିନ କହିଲେ- ପ୍ରତିଟି ରନ୍‌ ଗୁରୁତ୍ୱପୂର୍ଣ୍ଣ

Advertisment
ଆଡିଲେଡ୍‌ ଟେଷ୍ଟରେ ଅଶ୍ୱିନ କହିଲେ- ପ୍ରତିଟି ରନ୍‌ ଗୁରୁତ୍ୱପୂର୍ଣ୍ଣ

ଆଡିଲେଡ: ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ଅଡୁଆରେ ପକାଇବା ପରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି, ପ୍ରଥମ ଟେଷ୍ଟ କଡ଼ା ମୁକାବିଲା ସ୍ଥିତି ଦେଇ ଗତି କରୁଛି। ବର୍ତ୍ତମାନ ପ୍ରତିଟି ରନ୍‌ ଗୁରୁତ୍ୱପୂର୍ଣ୍ଣ। ଭାରତର ବୋଲରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ଶୃଙ୍ଖଳାରେ ଦମଦାର ବୋଲିଂ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ୭ଓ୍ଵିକେଟରେ ୧୯୧ ରନ୍‌ ସଂଗ୍ରହ କରିଛି। ଏହା ପୂର୍ବରୁ ପ୍ରଥମ ଦିନରେ ଭାରତ ୨୫୦ ରନ୍‌ ସଂଗ୍ରହ କରିଥିଲା।

ଆଡିଲେଡ ଟେଷ୍ଟରେ ଏପର୍ଯ୍ୟନ୍ତ ୩ଟି ଓ୍ଵିକେଟ ନେବା ପରେ ଅଶ୍ୱିନ କହିଛନ୍ତି, ଆମକୁ ଲାଗୁଛି ଯେ, ଅଷ୍ଟ୍ରେଲିଆକୁ କଡ଼ା ମୁକାବିଲା କରିଛୁ। ଉଭୟ ବ୍ୟାଟିଂ ଓ ବୋଲିଂରେ ଚାପ ପକାଇଛୁ। ଅଶ୍ୱିନ କହିଛନ୍ତି, ଆମେ ଦ୍ରୁତ ବୋଲିଂ ଆକ୍ରମଣ ଏବଂ ସ୍ପିନ ବୋଲିଂ ଆକ୍ରମଣକୁ ଭିନ୍ନ-ଭିନ୍ନ ଦୃଷ୍ଟିରେ ଦେଖି ନଥାଉ। ଆମେ ଖେଳ ପ୍ରତି ଦୃଷ୍ଟି ଦେଇଥାଉ। କାରଣ ଗୋଟିଏ ବିନ ଅନ୍ୟଟିର କୌଣସି ଅସ୍ଥିତ୍ୱ ନାହିଁ। ଭାରତର ସମକକ୍ଷ ହେବା ପାଇଁ ଅଷ୍ଟ୍ରେଲିଆକୁ ୫୯ ରନ ଦରକାର। ହାତରେ ୩ଟି ଓ୍ଵିକେଟ ଅଛି। ଅଶ୍ୱିନ କହିଛନ୍ତି, ମ୍ୟାଚ ଏବେ ସମାନ୍ତର ଗତି ଦେଇ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe