ଜଙ୍ଗଲ ଧ୍ୱଂସକୁ ରୋକିବା ଚୁକ୍ତିରେ ଭାରତ ସ୍ୱାକ୍ଷର କଲାନାହିଁ

Advertisment

ଜଙ୍ଗଲ ସୁରକ୍ଷା ଓ ୨୦୩୦ ସୁଦ୍ଧା ୩୦% ମିଥେନ ନିର୍ଗମନ ହ୍ରାସ ଯୋଜନାରୁ ଦୂରରେ ରହିଲା

ଜଙ୍ଗଲ ସୁରକ୍ଷା ଓ ୨୦୩୦ ସୁଦ୍ଧା ୩୦% ମିଥେନ ନିର୍ଗମନ ହ୍ରାସ ଯୋଜନାରୁ ଦୂରରେ ରହିଲା

ଅବ୍ୟବସ୍ଥା ଘେରରେ ନୟାଗଡ଼ ଜିଲ୍ଲାର ଏକମାତ୍ର ବନ ଉନ୍ନୟନ ନିଗମ

Twitter

ଗ୍ଲାସ୍‌ଗୋ : ବିପର୍ଯ୍ୟୟ ସୃଷ୍ଟିକାରୀ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ନିରାକରଣ ନିମନ୍ତେ ବିଶ୍ୱର ଜଙ୍ଗଲଗୁଡ଼ିକର ସୁରକ୍ଷା କରିବା, ପ୍ରମୁଖ ସବୁଜଗୃହ ବାଷ୍ପ ମିଥେନ ନିର୍ଗମନ ହ୍ରାସ କରିବା ଏବଂ ଆଫ୍ରିକାକୁ କେବଳ କୋଇଲା ଉପରେ ନିର୍ଭରଶୀଳ ନ ହେବାରେ ସାହାଯ୍ୟ କରିବା ପାଇଁ ମଙ୍ଗଳବାର ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ଜାତିସଂଘର ପରିବେଶ ସମ୍ମିଳନୀରେ ବିଶ୍ବନେତାମାନେ ପ୍ରତିଶ୍ରୁତି ଦେଇଥିଲେ।

publive-image YouTube

ବନ ବିଧ୍ବଂସୀକରଣକୁ ରୋକିବା ଲାଗି ଦିଆଯାଇଥିବା ପ୍ରତିଶ୍ରୁତିକୁ ବ୍ରିଟେନ ପ୍ରଶଂସା କରିଥିଲା। କିନ୍ତୁ ବିଶେଷଜ୍ଞମାନେ ଅଭିଯୋଗ କରିଥିଲେ ଯେ, ପୂର୍ବରୁ ବି ଏପରି ପ୍ରତିଶ୍ରୁତି ଦିଆଯାଇଛି ଓ ପୁଣି ଭଙ୍ଗାଯାଇଛି। କିନ୍ତୁ ୨୦୩୦ ସୁଦ୍ଧା ବନ ବିଧ୍ବଂସୀକରଣର ଅନ୍ତ ଘଟାଇବା ଲାଗି ବିଶ୍ୱ ନେତାମାନଙ୍କ ଘୋଷଣାନାମାରେ ଭାରତ ସ୍ୱାକ୍ଷର କରି ନ ଥିଲା। ସରକାରୀ ସୂତ୍ର ଅନୁଯାୟୀ, ଏହି ଘୋଷଣାନାମାରେ କିଛି ବାଣିଜ୍ୟିକ ଲିଙ୍କ୍ ଥିବାରୁ ଭାରତ ତା’ ଉପରେ ଆପତ୍ତି ଉଠାଇଥିଲା।

publive-image

ଚୀନ୍, ରୁଷିଆ ଓ ଭାରତ ବିଶ୍ବର ପ୍ରମୁଖ ପ୍ରଥମ ପାଞ୍ଚଟି ମିଥେନ ନିର୍ଗମନକାରୀ ଦେଶ ଭିତରେ ରହିଥିଲେ ମଧ୍ୟ ଚଳିତ ଦଶନ୍ଧିରେ ଏହାର ନିର୍ଗମନକୁ ଅନ୍ୟୂନ ୩୦ ପ୍ରତିଶତ କମ୍ କରିବା ପାଇଁ ଘୋଷଣାନାମାରେ ସ୍ୱାକ୍ଷର କରି ନ ଥିଲେ। ଅବଶ୍ୟ ଆମେରିକା ଓ ୟୁରେପୀୟ ସଂଘ ଦ୍ବାରା ଆଗତ ଏହି ପ୍ରସ୍ତାବ ମାନିବା ବାଧ୍ୟତାମୂଳକ ନ ଥିଲା।

ଜଙ୍ଗଲ ଓ ଜମିର ବ୍ୟବହାର ସମ୍ପର୍କିତ ଗ୍ଲାସ୍‌ଗୋ ନେତାମାନଙ୍କ ଘୋଷଣାନାମାରେ ଯେଉଁମାନେ ସ୍ବାକ୍ଷର କରିଛନ୍ତି, ସେମାନଙ୍କୁ ଜଙ୍ଗଲ କ୍ଷୟ ଓ ଭୂମିର ମାନ କ୍ଷୟକୁ ରୋକିବାକୁ ପଡ଼ିବ। ଏଥିପାଇଁ ୧୪ ବିଲିୟନ ପାଉଣ୍ଡ ସରକାରୀ ଓ ବେସରକାରୀ ପାଣ୍ଠି ବିନିଯୋଗ କରାଯିବ। ଇଂଲଣ୍ଡ ସରକାର କହିଲେ ଯେ, ବିଶ୍ବର ୮୫ ପ୍ରତିଶତ ଜଙ୍ଗଲ ଥିବା ଦେଶଗୁଡ଼ିକର ନେତାମାନେ ୨୦୩୦ ସୁଦ୍ଧା ଜଙ୍ଗଲ କ୍ଷୟ ରୋକିବା ସହ ବନୀକରଣ ବୃଦ୍ଧି କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରାଜିଲ, ଚୀନ୍, କଲମ୍ବିଆ, କଙ୍ଗୋ, ଇଣ୍ଡୋନେସିଆ, ରୁଷିଆ ଓ ଆମେରିକା ପ୍ରମୁଖ ବ୍ୟାପକ ଜଙ୍ଗଲ ଥିବା ଦେଶଗୁଡ଼ିକ ରହିଛନ୍ତି।

publive-image The Wire

‘ଆଜିର ଅପୂର୍ବ ପ୍ରତିବଦ୍ଧତା ସହ ଆମେ ପ୍ରକୃତି-ବିଜୟୀ ଭାବେ ମାନବତାର ଦୀର୍ଘ ଇତିହାସକୁ ବଦଳାଇବାକୁ ସୁଯୋଗ ପାଇବା, ବରଂ ଆମେ ତା’ର ରକ୍ଷକ ଓ ତତ୍ତ୍ବାବଧାରକ ହୋଇ ରହିବା’ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ କହିଥିଲେ। ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରମୁଖ ସବୁଜଗୃହ ବାଷ୍ପ ମିଥେନ ନିର୍ଗମନ ହ୍ରାସ କରିବା ପାଇଁ ଏକ ଯୋଜନା ଉପସ୍ଥାପନ କରିଥିଲେ। ଏହି ବାଷ୍ପ ବିଶ୍ବତାପନ ବୃଦ୍ଧିର ଏକ ପ୍ରମୁଖ କାରଣ। ୨୦୩୦ ସୁଦ୍ଧା ବିଶ୍ବ ସାରା ମିଥେନ ନିର୍ଗମନକୁ ୩୦ ପ୍ରତିଶତ କମାଇବା ପାଇଁ ଆମେରିକା, ୟୁରୋପୀୟ ସଂଘ ଓ ଅନ୍ୟ ଦେଶମାନେ ଏହି ଘୋଷଣାନାମାରେ ସ୍ବାକ୍ଷର କରିଥିଲେ। ତେଲ କୂଅ ଓ ଗ୍ୟାସ୍‌ ପାଇପଲାଇନରୁ ଅନେକ ସମୟରେ ଲିକ୍ ହୋଇ ବହୁ ପରିମାଣର ମିଥେନ ବାୟୁମଣ୍ଡଳକୁ ଯାଇଥାଏ। କ୍ଲାମ୍ପ ଦେଇ ଏହି ଲିକ୍‌କୁ ବନ୍ଦ କରିଦେଲେ ମିଥେନ ନିର୍ଗମନ ହ୍ରାସରେ ଏହା ବିଶେଷ ସହାୟକ ହେବ। କୃଷକମାନେ ପାଳନ କରୁଥିବା ଗାଈମାନଙ୍କ ହାଇରୁ ବହୁ ପରିମାଣର ମିଥେନ ବାୟୁମଣ୍ଡଳକୁ ଯାଇଥାଏ। କିନ୍ତୁ ତାହାକୁ କମାଇବା ଅତ୍ୟନ୍ତ କଷ୍ଟକର।

ୱାର୍ଲଡ ରିସୋର୍ସେସ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଜଳବାୟୁ ବିଶେଷଜ୍ଞ ହେଲେନ ମାଉଣ୍ଟଫୋର୍ଡ କହିଥିଲେ, ପରିବେଶ ସୁରକ୍ଷାରେ ଏହି ରାଜିନାମା ଅତ୍ୟନ୍ତ ସହାୟକ ହେବ।

ଦକ୍ଷିଣ ଆଫ୍ରିକା ମୁଖ୍ୟତଃ କୋଇଲା ଶକ୍ତି ଉପରେ ନିର୍ଭରଶୀଳ, ଯାହା ବିଶ୍ବତାପନ ଓ ବାୟୁ ପ୍ରଦୂଷଣ ପାଇଁ ଦାୟୀ। ଆଫ୍ରିକାକୁ କୋଇଲା-ନିର୍ଭରଶୀଳତା କମାଇବାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଆର୍ଥିକ ଓ ପ୍ରଯୁକ୍ତିଗତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୯୦ ପ୍ରତିଶତ ତାପଜ ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ଦକ୍ଷିଣ ଆଫ୍ରିକା ଯେପରି ଧୀରେ ଧୀରେ ନବୀକରଣଯୋଗ୍ୟ ଶକ୍ତି ଆପଣାଏ, ସେ ଦିଗରେ ସାହାଯ୍ୟ କରିବା ପାଇଁ ତାକୁ ୮.୫ ବିଲିୟନ ଡଲାର ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe