India Plan: ରକେଟ୍-ମିସାଇଲ୍ ଫୋର୍ସ ପାଇଁ ଯୋଜନା କରୁଛି ଭାରତ

Advertisment

ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି

ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି

de61699c-e858-4646-b921-4c995ad7fbee

Upendra dwivedi Photograph: (Photo: social media)

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି। ସୀମାରେ ପାକିସ୍ତାନ ଓ ଚୀନ୍‌ ଆଡ଼ୁ ବିପଦ ଥିବାରୁ ଏହା ଦୀର୍ଘ ଦିନର ଦାବି ଥିଲା। ଉଭୟ ଦେଶ ପାଖରେ ଏକ ଉତ୍ସର୍ଗୀକୃତ ରକେଟ୍-ମିସାଇଲ୍ ଫୋର୍ସ ଥିବାରୁ ସେନାମୁଖ୍ୟ କହିଛନ୍ତି ଯେ, ଏଭଳି ୟୁନିଟ୍ ଭାରତର ଆବଶ୍ୟକତା।

ଆହୁରି ପଢନ୍ତୁ: Nirmala Will Present Budget: ନବମ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା

ସେନା ଦିବସ ଅବସରରେ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ପରିବର୍ତ୍ତିତ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏକ ସ୍ୱତନ୍ତ୍ର ସାମରିକ ୟୁନିଟ୍ ଆବଶ୍ୟକ କରେ ଯାହା ଗୋଟିଏ କମାଣ୍ଡ ଅଧୀନରେ ଦୀର୍ଘ ଦୂରଗାମୀ ରକେଟ୍ ଓ କ୍ଷେପଣାସ୍ତ୍ର ରଖିବ। ପାକିସ୍ତାନ ଏକ ରକେଟ୍ ଫୋର୍ସ ଗଠନ କରିଛି ଏବଂ ଚୀନ୍ ମଧ୍ୟ ଏପରି ଏକ ଫୋର୍ସ ସୃଷ୍ଟି କରିଛି ବୋଲି ଆମେ ରକେଟ୍-ମିସାଇଲ୍ ଫୋର୍ସ ଆଡକୁ ଚାହଁୁଛୁ। ଏହା ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe