aswini baisnab Photograph: (sambad.in)
ନୂଆଦିଲ୍ଲୀ: ଭାଙ୍ଗିବ ବାଂଲାଦେଶର ମୁହଁଫୁଟାଣି। ଚୀନ୍ ଓ ପାକିସ୍ତାନର କୋଳରେ ବସିଥିବା ବାଂଲାଦେଶକୁ ଶିକ୍ଷା ଦେବାକୁ ଭାରତ ପ୍ରସ୍ତୁତ ହୋଇଛି। ଚିକେନ୍ ନେକ୍ ପର୍ଯ୍ୟନ୍ତ ଏକ ଭୂତଳ ଟ୍ରେନ୍ ଚଳାଇବାକୁ ଭାରତ ଯୋଜନା କରୁଛି, ଯେଉଁଠାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ ଭାରତକୁ ଧମକ ଦେଉଥିଲେ।
ରିପୋର୍ଟ ଅନୁଯାୟୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ କହିଛନ୍ତି ଯେ ''ଚିକେନ୍ ନେକ୍'' କରିଡରକୁ ସୁରକ୍ଷିତ କରିବା ପାଇଁ ଯୋଜନା କରାଯାଉଛି। ଏଥିପାଇଁ ନେପାଳ, ଭୁଟାନ ଓ ବାଂଲାଦେଶ ସୀମାନ୍ତରେ ପ୍ରାୟ ୪୦ କିଲୋମିଟର ଅଞ୍ଚଳ ଦେଇ ରେଳ ଟ୍ରାକ୍ ବିଛାଇବାକୁ ଯୋଜନା କରାଯାଉଛି। ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି, ବଜେଟରେ ଏହି ଅଞ୍ଚଳ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ରେଳ ସଂଯୋଗକୁ ଚାରିଟି ଟ୍ରାକରେ ବିସ୍ତାର କରିବାର ପ୍ରସ୍ତାବ ଦିଆଯାଇଛି, ଯାହା ଏକ ଦୀର୍ଘକାଳୀନ ଆବଶ୍ୟକତାକୁ ପୂରଣ କରୁଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଜିଏମ ଚେତନ ଶ୍ରୀବାସ୍ତବ କହିଛନ୍ତି, ବଙ୍ଗଳା ମଧ୍ୟରେ ଟିନ୍ ମାଇଲ୍ ହାଟରୁ ରଙ୍ଗପାଣି ଷ୍ଟେସନ ପର୍ଯ୍ୟନ୍ତ ଭୂତଳ ଟ୍ରାକ୍ ନିର୍ମାଣ କରାଯିବ। ଚିକେନ୍ ନେକ୍ ଉପରେ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ଟ୍ରାକ୍ ବିଛାଇବାକୁ ନିଷ୍ପତ୍ତି ହୋଇଛି।
ଆହୁରି ପଢନ୍ତୁ: Iran Protests: ଦୁଷ୍କର୍ମ କରି ଗର୍ଭାଶୟ କାଢ଼ିନେଲେ, ଶରୀରରେ ସିଗାରେଟ୍ ଚେଙ୍କ: ପ୍ରଦର୍ଶନକାରୀଙ୍କ ସହ ଏଭଳି କଲେ ସୁରକ୍ଷା ବାହିନୀ
ବାଂଲାଦେଶରେ ଶେଖ୍ ହାସିନା ସରକାରଙ୍କ ପତନ ପରେ, ଭାରତର ଦୁର୍ବଳତା କୁହାଯାଉଥିବା ଚିକେନ୍ ନେକ୍ କରିଡରରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା। କିଛି ଗୋଷ୍ଠୀ ଉତ୍ତର-ପୂର୍ବକୁ ଅଲଗା କରିବା ପାଇଁ ଖରାପ ଭାଷାରେ "କୁକୁଡ଼ା ବେକ ଦବାଇଦେବୁ" ବୋଲି କହିଥିଲେ। କିଛି ବିରୋଧୀ ଏହି ଅଞ୍ଚଳକୁ ବାଂଲାଦେଶର ଅଂଶ ବୋଲି କହିଥିଲେ, ଯାହାକୁ ନେଇ ସୁରକ୍ଷା ଚିନ୍ତା ବଢ଼ିଥିଲା।
ଅନ୍ୟପଟେ, ବାଂଲାଦେଶ ବାୟୁସେନା ବାଂଲାଦେଶରେ ଏକ ଡ୍ରୋନ କାରଖାନା ସ୍ଥାପନ ପାଇଁ ଚୀନ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ସାମରିକ ଡ୍ରୋନଗୁଡ଼ିକରେ ଚୀନର ଗୁପ୍ତଚର ଡ୍ରୋନ ରହିଥାବା କଥା ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ୪୦୦୦ ରୁ ଅଧିକ ସୀମା କ୍ରସିଂ ଉପରେ ନଜର ରଖିବାରେ ସକ୍ଷମ ହେବ, ଯାହା ଭାରତରେ ଅନୁପ୍ରବେଶର ବିପଦକୁ ବୃଦ୍ଧି କରିପାରେ।
Follow Us