Deadbody of infant rescued: ନବଜାତ ଶିଶୁ କନ୍ୟା ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ଫିଙ୍ଗି ମା ଫେରାର

Advertisment

ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

67ea86e8-70ca-4657-8bcc-e1ff64541163

ଭଦ୍ରକ: ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମହିଳା ୱାର୍ଡର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମରେ ଶିଶୁ ଜନ୍ମ କରି ଛାଡ଼ି ପଳାଇଥିଲେ ।

ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ ଯାଇଥିବାବେଳେ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁଟି କନ୍ୟା ବୋଲି ଜଣା ପଡ଼ିଥିବାବେଳେ ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା |

ତେବେ ଶିଶୁର ମାଆକୁ ଠାବ କରାଯାଇନଥିବାବେଳେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏହି ଘଟଣା ସଂପର୍କରେ ଏଡିଏମଓ ଡାକ୍ତର ମିନତି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe