ପାଲଲହଡ଼ାରେ ରକ୍ତଟଣା ଜିଙ୍କ ପୋକ ଆତଙ୍କ, ଲୋକେ ଆତଙ୍କିତ

Advertisment

ଅନୁଗୁଳ ଜିଲ୍ଲା ବତିସୁଆଁ ପଞ୍ଚାୟତର ଶ୍ରୀରାମପୁର ଗାଁରେ ରକ୍ତଟଣା ଜିଙ୍କ ପୋକ ଆତଙ୍କ ଖେଳିଯାଇଛି। ଏଠାରେ ପାଖାପାଖି ୩୦୦ରୁ ଅଧିକ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

nm

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ବତିସୁଆଁ ପଞ୍ଚାୟତର ଶ୍ରୀରାମପୁର ଗାଁରେ ରକ୍ତଟଣା ଜିଙ୍କ ପୋକ ଆତଙ୍କ ଖେଳିଯାଇଛି। ଏଠାରେ ପାଖାପାଖି ୩୦୦ରୁ ଅଧିକ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଜିଙ୍କ ଦ୍ବାରା୫୦ ଜଣ ଆକ୍ରାନ୍ତ ହୋଇସାରିଲେଣି। ଏପର୍ଯ୍ୟନ୍ତ ପ୍ରତିକାର ପାଇଁ ଡାକ୍ତରୀଦଳ ପହଞ୍ଚି ନଥିବାରୁ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୪-୫ ଦିନ ହେଲା ସନ୍ଧ୍ୟା ହେବା ମାତ୍ରେ ରକ୍ତଟଣା ଜିଙ୍କ ପୋକଙ୍କ ଆତଙ୍କ ଉଡ଼ିଯାଉଛି। ସାରା ଗାଁର ଘର ଭିତରେ ଏହି ପୋକମାନେ ଘର ଭିତରେ, ବାରଣ୍ଡା ସମସ୍ତ ଜାଗା ମଳମଳ ଚରିଯାଉଛନ୍ତି। ଦେହରେ ଲାଗିଯାଉଛନ୍ତି ଏବଂ ରକ୍ତ ଟାଣୁଛନ୍ତି। ରାତିସାରା ଲୋକ ଆତଙ୍କିତ ଅବସ୍ଥାରେ ରହିବା ସହ ରାତି ସାରା ଗରମ ପାଣି ଏବଂ ନିଆଁ ଧରି ଉଜାଗର ରହୁଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ନଥିବାରୁ ଆକ୍ରାନ୍ତ ସଂଖ୍ୟା ବଢୁଛି ଏବଂ ଗାଁକୁ ଗାଁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି। ତୁରନ୍ତ ପ୍ରତିକାର କରିବା ପାଇଁ ଗ୍ରାମବାସୀ ଏବଂ ବତିସୁଆଁ ସରପଞ୍ଚ ଶୁଭେନ୍ଦୁ କୁମାର ସାହୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe