ମଧ୍ୟାହ୍ନ ଭୋଜନ ଖାଦ୍ୟରେ ପୋକ ସାଲୁବାଲୁ, ଘଟଣାସ୍ଥଳରେ ଉତ୍ତେଜନା

Advertisment

 ବେତନଟୀ ବ୍ଲକ ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତ ଅଧୀନ ବ୍ରହ୍ମପୁରା ଉଚବିଦ୍ୟାଳୟରେ ପୋକ ସାଲୁବାଲୁ ସୋୟାବିନ୍ ବଡି ତରକାରୀ କିଛି ପିଲା ଖାଇଦେବାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥ‌ିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି

 ବେତନଟୀ ବ୍ଲକ ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତ ଅଧୀନ ବ୍ରହ୍ମପୁରା ଉଚବିଦ୍ୟାଳୟରେ ପୋକ ସାଲୁବାଲୁ ସୋୟାବିନ୍ ବଡି ତରକାରୀ କିଛି ପିଲା ଖାଇଦେବାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥ‌ିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି

mid

ବୈଶିଙ୍ଗା: ବେତନଟୀ ବ୍ଲକ ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତ ଅଧୀନ ବ୍ରହ୍ମପୁରା ଉଚବିଦ୍ୟାଳୟରେ ପୋକ ସାଲୁବାଲୁ ସୋୟାବିନ୍ ବଡି ତରକାରୀ କିଛି ପିଲା ଖାଇଦେବାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥ‌ିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସୂଚନା ମୁତାବକ ଶୁକ୍ରବାର ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନର ସୋୟାବିନ୍ ବଡି ତରକାରୀରେ ପୋକସାଲୁବାଲୁ ହେଉଥ‌ିବା ବେଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। କିଛିପିଲା ପୋକସାଲୁବାଲୁ ତରକାରୀ ଖାଇବାପରେ ତରକାରୀରେ ପୋକଥିବାର ଦେଖୁ ଜଣାଇବାପରେ ଉକ୍ତ ତରକାରୀକୁ ପିଲାମାନଙ୍କୁ ନଦେଇ ଫିଙ୍ଗିଦିଆ ଯାଇଥିଲା l

ଖବର ପାଇବା ପରେ ବିଦ୍ୟାଳୟର ପୂର୍ବତନ କମିଟି ସଭାପତି ଗୈତମ ରାଉତ, ଅଭିଭାବକ ସୁମନ୍ତ ପରିଡ଼ା,କମଲ କୁମାର ଦାସ, ଗୁରୁ ପ୍ରସାଦ ମହାନ୍ତ,ସପନ ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, କାମିନୀ କାନ୍ତ ଜେନା, କନକଲତା ମହାନ୍ତ ପ୍ରଦୀପ ବାଗ,ବିରୋକିଶୋର ବିଶ୍ଵାଳ,ଅନୁମଣି ଦେହୁରୀ ଙ୍କ ସହିତ ୱାର୍ଡ ମେମ୍ବର  ଅପୂର୍ବାମଣୀ ମହାନ୍ତ, କଳ୍ପଲତା ସେଠୀ, କୃଷ୍ଣ ମୋହନ ମୋଦି, ରଶ୍ମିତା ସାହୁ ଓ ଗ୍ରାମବାସୀ ତପସ୍ବୀ ରାଉତ, ଜୀବନ ପରିଡ଼ାଙ୍କ ସହିତ ଏକାଧିକ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଵା ସହିତ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶେଷରେ ବ୍ଳକ ଶିକ୍ଷାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ଷ୍ଟୋରରୁମରେ ଥିବା ବଳକା ସୋୟାବିନ୍ ବଡି ଦେଖୁବାକୁ ଯାଇଥିଲେ। ଅନୁରୂପ ଭାବେ ଷ୍ଟୋରରୁମରେ ଥ‌ିବା ସୋୟାବିନ୍ ବଡିରେ ମଧ୍ୟ ଅସରପା ଏବଂ ମୂଷାର ମଳଥିବାର ଦେଖ‌ିବାପରେ ଉତ୍ତେଜନା ଅଧ‌ିକ ବୃଦ୍ଧି ପାଇଥିଲା । ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ ଦାୟିତ୍ବରେ ଥ‌ିବା ଏବିଇଓଙ୍କୁ ନିର୍ଦେଶ ଦେବେ ବୋଲି କହିଛନ୍ତି। ପୁନଶ୍ଚ ଏନେଇ ବ୍ଲକ ଶିକ୍ଷାଅଧିକାରୀ ବିପ୍ଲବ କରଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ମଧ୍ୟାହ୍ନଭୋଜରେ ବ୍ୟବହୃତ ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରଖାଯାଉଥିବା ଷ୍ଟୋରରୁମଟି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପରିପୂର୍ଣ୍ଣ ହୋଇଥିବାରୁ ଅଭିଭାବକ ଓ ଗ୍ରାମବାସୀ ଏହାକୁ ତୀବ୍ର ନାପସନ୍ଦ କରିଥିଲେ l ତେବେ ଏନେଇ ବିଭାଗ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe