Advertisment

Interim Bail: ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗ କରୁଥିବା ବନ୍ଦୀକୁ ଅନ୍ତରୀଣ ଜାମିନ

Advertisment

ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ଥିବା ଆବେଦନକାରୀଙ୍କୁ ୨୦୨୬, ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍‌ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ଥିବା ଆବେଦନକାରୀଙ୍କୁ ୨୦୨୬, ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍‌ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

thighcourt

odisha high court Photograph: (sambad.in)

କଟକ: ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ଥିବା ଆବେଦନକାରୀଙ୍କୁ ୨୦୨୬, ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍‌ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ତୁରନ୍ତ ଆବେଦନକାରୀ ଦୌରା ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ପ୍ରମାଣପତ୍ର ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଦୌରା ଅଦାଲତଙ୍କ ରାୟ ବିରୋଧରେ ଆବେଦନକାରୀ ଦାୟର କରିଥିବା ମୂଳ ମାମଲାର ମାର୍ଚ୍ଚ ୧୦ ପରେ ପରବର୍ତ୍ତୀ ଶୁଣାଣି ହେବ।

 ମାମଲାର ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ଥାନାରେ ରୁଜୁ ୨୦୧୦ର ଏକ ହତ୍ୟା ମାମଲାରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୌରା ଅଦାଲତ ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେ। ୨୦୨୧, ଜାନୁଆରି ୨୧ରୁ ଆବେଦନକାରୀ ଜେଲରେ ଅଛନ୍ତି। ଆବେଦନକାରୀଙ୍କ ଝିଅ ତାର ୭୬ ବର୍ଷିୟ ଜେଜେ ବାପା ଓ ୭୦ ବର୍ଷିୟା ଜେଜେ ମାଙ୍କ ସହିତ ଜଗତସିଂହପୁର ଥାନା ଅଧିନରେ ଥିବା ପୈତୃକ ଗ୍ରାମରେ ରହୁଛି। ଆବେଦନକାରୀଙ୍କ ଝିଅ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କେନ୍ଦ୍ର ଘର ଠାରୁ ୫ କି.ମି. ଦୂର ହୋଇଥିବାରୁ ସେ ଯା ଆସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି।

ଜେଜେ ବାପା-ମା ବୟସାଧିକ୍ୟ କାରଣରୁ ଝିଅକୁ ନେଇ ପରୀକ୍ଷା କେନ୍ଦ୍ରରେ ଛାଡ଼ିବା ଓ ଆଣିବା ସମ୍ଭବ ନୁହେଁ ଦର୍ଶାଇ ଆବେଦନକାରୀ ଅନ୍ତରୀଣ ଜାମିନ ଆବେଦନ ଦାୟର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଆଇଆଇସି ଦାଖଲ କରିଥିବା ରିପୋର୍ଟରୁ ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସତ ବୋଲି ଜଣା ପଡ଼ିଥିଲା। ଏଥି ସହିତ ଏହି ମାମଲା ବାଦ ଆବେଦନକାରୀଙ୍କ ବିରୋଧରେ ଅନ୍ୟ କୌଣସି ଅପରାଧିକ ମାମଲା ନଥିବା ପୁଲିସ ରିପୋର୍ଟରୁ ଜଣା ପଡ଼ିଥିଲା। ଏଭଳି ସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ଆବେଦନକାରୀଙ୍କୁ ଅନ୍ତରୀଣ ଆବେଦନ ଜାମିନ ମଞ୍ଜୁର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe