ଅନ୍ୟ ଦେଶମାନଙ୍କରେ ନିର୍ଦ୍ଦିଷ୍ଟ ଏକ ବାରରେ ହୋଇଥାଏ ନିର୍ବାଚନ, କେବଳ ଭାରତରେ ହିଁ ସପ୍ତାହ ସପ୍ତାହ ଧରି ଚାଲିଥାଏ ମତଦାନ !

Advertisment
ଅନ୍ୟ ଦେଶମାନଙ୍କରେ ନିର୍ଦ୍ଦିଷ୍ଟ ଏକ ବାରରେ ହୋଇଥାଏ ନିର୍ବାଚନ, କେବଳ ଭାରତରେ ହିଁ ସପ୍ତାହ ସପ୍ତାହ ଧରି ଚାଲିଥାଏ ମତଦାନ !

ନୂଆଦିଲ୍ଲୀ : ଅନ୍ୟ ଦେଶମାନଙ୍କରେ ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ବାର ରହିଛି। ଆମେରିକାରେ ନିର୍ବାଚନ ମଙ୍ଗଳବାର ହେଉଥିବା ବେଳେ ଯେଉଁ ଦେଶମାନଙ୍କର ଇଂରଜୀ ପ୍ରାଥମିକ ଭାଷା ସେମାନଙ୍କର ନିର୍ବାଚନ ସୋମବାର ହୋଇଥାଏ। ସେହିପରି ବ୍ରିଟେନ୍‌ରେ ଗୁରୁବାର ଓ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ୍‌ରେ ଶନିବାର ହୋଇଥାଏ। ସେହିପରି କିଛି ଦେଶରେ ଗୁୁରୁବାର ନିର୍ବାଚନ ହୋଇଥିବା ବେଳେ ସର୍ବାଧିକ ଦେଶରେ ରବିବାର ନିର୍ବାଚନ ହୋଇଥାଏ। ମାତ୍ର ଭାରତ ଏକ ଏପରି ଦେଶ ଯେଉଁଟି ସପ୍ତାହ ସପ୍ତାହ ଧରି ନିର୍ବାଚନ ହୋଇଥାଏ।

: ସ୍ୱିଡିସ୍‌ ଏବଂ ଫ୍ରେଞ୍ଚ୍‌ର ମତଦାତାମାନେ ନିର୍ବାଚନ ପାଇଁ ଆପଣାଛାଏ ପଞ୍ଜିକୃତ ହୋଇଥାନ୍ତି। ମତଦାତାମାନେ ଭୋଟ ଦେବା ଯୋଗ୍ୟ ହୋଇଗଲେ ସେମାନଙ୍କ ଚିନ୍ତା ସରକାରଙ୍କର।

: ଆମ ଦେଶରେ ଯେପରି ଭୋଟ ଇଚ୍ଛାଧୀନ ଅଷ୍ଟ୍ରେଲିଆରେ ସେ ସୁବିଧା ନାହିଁ। ତାଙ୍କ ଦେଶରେ ଭୋଟ ଦେବା ପ୍ରାତ୍ୟକ ନାଗରିକ ପାଇଁ ବାଧ୍ୟତାମୂଳକ। ଭୋଟ ଦିନ ଅନୁପସ୍ଥିତ ରହିଲେ ଅଷ୍ଟ୍ରେଲିଆର ନାଗରିକମନଙ୍କୁ ୨୦ ଡଲାର ଜରିମାନା ଦେବାକୁ ପଡ଼ିଥାଏ। ଏହାକୁ ଅଣଦେଖା କଲେ ଅପରାଧିକ ମାମଲା ରୁଜୁ ହୋଇଥାଏ।

: ଆମ ଦେଶରେ ଯେପରି ୧୮ ବର୍ଷ ହେଲା ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚନା କରାଯାଏ। ସେହିପରି ବ୍ରାଜିଲ୍‌ରେ ୧୬ ବର୍ଷକୁ ଭୋଟ୍‌ ଦେବାର ଉଚିତ ବୟସ ବୋଲି ମନାଯାଏ।

: ଏଷ୍ଟୋନିଆରେ ମତଦାତାମାନେ ଅନ୍‌ଲାଇନ୍‌ ଜରିଆରେ ଭୋଟ୍‌ ଦେଇପାରନ୍ତି।

publive-image Trak.in

: ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଆମେରିକାରେ ମତଦାତାଙ୍କ ସଂଖ୍ୟା କମ୍‌।

: ଚୀନରେ ୨୦୧୨ ମସିହା ପରଠାରୁ ମହିଳା ଓ ପୁରୁଷ ପୃଥକ ଭାବେ ଭୋଟ ଦେଉଛନ୍ତି।

: ବିଶ୍ୱର ସମୁଦାୟ ୨୨ଟି ଦେଶରେ ମତଦାନ ପ୍ରକ୍ରିୟା ରହିଛି।

: ସାଉଥ୍‌ କରୋଲିନାରେ ୨୦୧୨ ମସିହା ପର୍ଯ୍ୟନ୍ତ ନିର୍ବାଚନ ଦିନରେ ମଦ କିଣିବା ଅପରାଧ ମନା ଯାଉଥିଲା।

: ସାଉଦି ଆରବରେ ୨୦୧୫ ମସିହାରେ ମହିଳାଙ୍କୁ ଭୋଟ୍‌ ଦେବାର ଅଧିକାରୀ ଦିଆଯାଇଛି।

: ଗତ ୮୦ ବର୍ଷ ଭିତରେ ସାଉଦି ଆରବରେ ମାତ୍ର ୭ ଥର ନିର୍ବାଚନ ହୋଇଛି।

: ମହିଳାମାନଙ୍କୁ ଭେଟ୍‌ ଦେବାର ଅଧିକାର ପ୍ରଦାନ କରିବାରେ ନ୍ୟୁଜିଲାଣ୍ଡ୍‌ ହେଉଛି ପ୍ରଥମ ଦେଶ, ୧୮୯୩ ମସିହାରେ ଏହି ନିୟମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe