ଏସଏଚଜି ମହିଳାଙ୍କ ଟଙ୍କା ହଡପ ଓ ଚଂଚକତା ଘଟଣାର ଯୁଗ୍ମ ତଦନ୍ତ

Advertisment

କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ତଥା କୋରାପୁଟ ସଦରଥାନା ଅଂଚଳର କଙ୍କଡାପୁଟ ସତସେବା ସ୍ୱୟଂ ସହାୟିକା ସଂଘ ଟଙ୍କା ହଡପ ଓ ଚଂଚକତା ନେଇ ଗୃପ ମହିଳାମାନେ କୋରାପୁଟ ଜ଼ିଲ୍ଲାପାଳ  ଓ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ l

କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ତଥା କୋରାପୁଟ ସଦରଥାନା ଅଂଚଳର କଙ୍କଡାପୁଟ ସତସେବା ସ୍ୱୟଂ ସହାୟିକା ସଂଘ ଟଙ୍କା ହଡପ ଓ ଚଂଚକତା ନେଇ ଗୃପ ମହିଳାମାନେ କୋରାପୁଟ ଜ଼ିଲ୍ଲାପାଳ  ଓ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ l

shg

କୋରାପୁଟ: କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ତଥା କୋରାପୁଟ ସଦରଥାନା ଅଂଚଳର କଙ୍କଡାପୁଟ ସତସେବା ସ୍ୱୟଂ ସହାୟିକା ସଂଘ ଟଙ୍କା ହଡପ ଓ ଚଂଚକତା ନେଇ ଗୃପ ମହିଳାମାନେ କୋରାପୁଟ ଜ଼ିଲ୍ଲାପାଳ  ଓ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ l ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଏସଡିପିଓ ଡ.ଶ୍ରାବଣୀ ନାୟକ, କୋରାପୁଟ ସଦର ଥାନା ଅଧିକାରୀ ରୁନୁ ମାଝୀ, ଦଶମନ୍ତପୁର ବିଡ଼ିଓ ମିଳନ କୁମାର ଝାଙ୍କର . ତହସିଲଦାର ପୁଷ୍ପାଂଜଳୀ ବେହେରା, ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ  ଅଧିକାରୀ ଓ ଦୁଇ ପକ୍ଷକୁ ଡାକି ଅଭିଯୋଗ ଶୁଣାଣି କରିଥିଲେ l ଏହି ଅଭିଯୋଗ ଶୁଣାଣିରେ ଗ୍ରୁପରେ ସଭାପତି ସମ୍ପାଦକ ଓ ଟଙ୍କା ହଡପ କରିଥିବା ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ l ଗ୍ରୁପର ଟଙ୍କା ଗ୍ରୁପ କିମ୍ଵା ଗ୍ରୁପରେ ରହିଥିବା ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ନ ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ଯାଇଥିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା l ଏଇ ଟଙ୍କା ହଡପ ରେ ଗ୍ରୁପର ସଭାପତି, ସମ୍ପାଦକ ଗ୍ରାମର ଦୁଇ ବ୍ୟକ୍ତି ଓ ଯୋଗାଣ ଅଧିକାରୀ ସମ୍ପୃକ୍ତ ରହିଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି l

ଗୃପର ମହିଳା ମାନଙ୍କ କହିବା ଅନୁଯାୟୀ, ଗୃପ ୧୯୯୫ ମସିହାରେ ଆରମ୍ଭ କରାଯାଇଥିଲା। ଗତ ୨୦୦୨ମସିହାରେ ନୂଆ ସଭାପତି ଓ ସମ୍ପାଦିକା ଚୟନ କରାଯାଇଥିଲା। ଗୃପର ମହିଳା ମାନେ ଲେଖା ପଢା ଜାଣି ନ ଥିବା ଯୋଗୁଁ ଖାତାପତ୍ର ଆଦି  ଲେଖା ଲେଖି କରିବା ପାଇଁ ସେହି ଗ୍ରାମର ସୋନୁ କନ୍ଧପାନଙ୍କୁ ଦାୟିତ୍ଵ ଦେଇଥିଲେ l ତେବେ ଏହାରି ମଧ୍ୟରେ ସଂଘର ସଭାପତି , ସମ୍ପାଦିକା ପୁରୁଣା ସମସ୍ତ ସଦସ୍ୟଙ୍କ ନାଁକୁ ହଟାଇ ନୂଆ ସଭ୍ୟ ମାନଙ୍କୁ ସାମିଲ କରି ସେମାନଙ୍କ ନାଁରେ ସବୁ କାଗଜପତ୍ର ଓଅନଲାଇନରେ ଦର୍ଶାଉଥିଲେ। ତେବେ ପୁରୁଣା ସଭ୍ୟାମାନଙ୍କୁ ନେଇ ବୈଠକ ଆଦି କରି ଆସୁଥିଲେ। ପୂର୍ବ ପରି ଏମାନଙ୍କୁ ଠାରୁ ଗୃପ ପରିଚାଳନା  ଓ ଟଙ୍କା ଜମା କରିବା ପାଇଁ ଟଙ୍କା ନେଉଥିଲେ। ଏହାରି ମଧ୍ୟରେ ଦଳର ସଦସ୍ୟାଙ୍କୁ ସଂଦେହ ହେବାରୁ ଯାଂଚ କରାଇଥିଲେ। ତେବେ ପୁରୁଣା ସଭ୍ୟାଙ୍କ ନାଁ ବଦଳରେ ନୂଆ ସଭ୍ୟାଙ୍କ ନାଁ ରହିଥିବା ସେମାନେ ଜାଣିବାକୁ ପାଇଥିଲେ। ଗୃପର ସଭାପତି, ସମ୍ପାଦକ ଓ ଗ୍ରାମର ଆଉ ଜଣେ ବ୍ୟକ୍ତି ଚଞ୍ଚକତା କରି ସବୁ ପଇସା ହଡପ କରିଥିବା ଏମାନେ ଜାଣିପାରିଥିଲେ। ଏହା ଜାଣିବା ପରେ ସଭାପତି ଓ ସମ୍ପାଦକ ପରିବର୍ତନ ନେଇ ମହିଳା ମାନେ କହିଥିଲେ।

ତେବେ ଗୃପର ସଭାପତି ଓସମ୍ପାଦିକା ଅନ୍ୟ ମହିଳାଙ୍କୁ ଗୃପର ସଦସ୍ୟା ଦର୍ଶାଇ ସମସ୍ତ ଟଙ୍କା ହଡପ କରିଥିଲେ। ଗତ ବର୍ଷକ ହେବ ଗୃପର ପୁରୁଣା ସଦସ୍ୟା ମହିଳା ମାନେ ବ୍ଲକ, ସିଡିପିଓଙ୍କ ଜୀବିକା ମିଶନ ଅଧିକାରୀ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଥିଲା। ଶେଷରେ ନିରାଶ ହେବା ପରେ କୋରାପୁଟ ଜ଼ିଲ୍ଲାପାଳ ଓ ଏସପି ଙ୍କ ଦ୍ଵାରସ୍ଥ ହୋଇଥିଲେ l ସମସ୍ତ କାଗଜ ପତ୍ର ଯାଞ୍ଜ ପରେ ପୁରୁଣା ଗ୍ରୁପ ଚାଲୁ କରିବା ସହିତ ସଭାପତି, ସମ୍ପାଦକ କୁ ବାହାର କରି ନୂଆ ସଭାପତି ସମ୍ପାଦକ ଚୟନ କରାଯାଇଛି ବୋଲି  ଏସଡିପିଓ ଶ୍ରାବଣୀ ନାୟକ କହିଛନ୍ତି। ଗ୍ରୁପ ଯେଉଁ ସବୁ ଟଙ୍କା ହଡପ ହୋଇଛି ତାହା ଖୁବ ଶୀଘ୍ର ସେମାନଙ୍କୁ ଫେରାଇ ଦିଆଯିବ ତା ସହିତ ଏହି ଘଟଣା ରେ ଯିଏ ସବୁ ସମ୍ପୃକ୍ତ ରହିଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି l  ଯେଉଁ ବ୍ୟକ୍ତି ନାଁରେ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜମା ହୋଇଛି ତାହାର ତଦନ୍ତ ତହସିଲଦାର କରି ରିପୋର୍ଟ ଦେବା ପ‌ରେ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe