ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆପଲ୍‌ର ପ୍ରମୁଖ ଉତ୍ପାଦ ଆଇଫୋନ୍‌ ଉତ୍ପାଦନ ଓ ରପ୍ତାନୀରେ ଭାରତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଭାରତରୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଆଇଫୋନ୍‌ ରପ୍ତାନୀ କରାଯାଇଛି। ୨୦୨୧ରେ କମ୍ପାନି ଭାରତରେ ଆଇଫୋନ୍‌ ଉତ୍ପାଦନ ଆରମ୍ଭ କରିଥିଲା। ୨୦୨୫ରେ ହୋଇଥିବା ରପ୍ତାନୀ ୨୦୨୪ ତୁଳନାରେ ୮୫ ପ୍ରତିଶତ ଅଧିକ। ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ସ୍କିମ୍‌ (ପିଏଲ୍‌ଆଇ) ଅଧୀନରେ ୨୦୨୪ ପର୍ଯ୍ୟନ୍ତ ଆଇଫୋନ୍‌ ରପ୍ତାନୀ ବଢ଼ାଇବା ଉପରେ କମ୍ପାନି ଅଧିକ ଧ୍ୟାନ ଦେଇଥିଲା।

Advertisment

ସୂଚନା ଅନୁସାରେ ଭାରତରୁ ଆଇଫୋନ୍‌ ରପ୍ତାନୀ ୨୦୨୧ରେ ୮୮୦୦ କୋଟି ଟଙ୍କା ଥିଲା। ୨୦୨୨ରେ ତାହା ୩୬,୨୩୪ କୋଟି ଟଙ୍କାକୁ ଏବଂ ୨୦୨୩ରେ ୭୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୪ରେ ଭାରତରୁ ୧.୧ ଲକ୍ଷ କୋଟି ଟଙ୍କାର ଆଇଫୋନ୍‌ ରପ୍ତାନୀ କରାଯାଇଥିଲା। ୨୦୨୦ରେ ଦୁଇ ପ୍ରମୁଖ ଭେଣ୍ଡର ୱି‌ଷ୍ଟ୍ରନ ଓ ଫକ୍ସକନ୍‌ ଜରିଆରେ ଆପଲ୍‌ ଭାରତ ଆସି ଆଇଫୋନ୍‌ ଉତ୍ପାଦନ ଆରମ୍ଭ କରିଥିଲା।

ଆହୁରି ପଢନ୍ତୁ: Polavaram Project: ପୋଲାଭରମ ପ୍ରକଳ୍ପ ନେଇ ତେଲଙ୍ଗାନା ରିଟ୍ ପିଟିସନ ଗ୍ରହଣଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

କରୋନା ମହାମାରୀ ଓ ଚୀନ ସହ ସୀମା ଉତ୍ତେଜନା ପ୍ରଭାବ ଯୋଗୁଁ ଉତ୍ପାଦନ ବର୍ଷେ ବିଳମ୍ବ ହୋଇଥିଲା। ୨୦୨୦ରେ ଯେତେବେଳେ ଚୀନ୍‌ରୁ ଅନେକ କମ୍ପାନି ସେମାନଙ୍କ କାରଖାନା ଅନ୍ୟତ୍ର ନେବାକୁ ବିଚାର କ‌ଲେ, ସେହି ସମୟରେ ସେଗୁଡ଼ିକ ଭାରତ ଆସିବ ବୋଲି ଆଶା କରାଯାଉଥିଲା। ଚୀନ ଉପରେ କଟକଣା ସତ୍ତ୍ବେ ଆପଲ୍‌ର ଚୀନରେ ଥିବା ୧୪ ଯୋଗାଣକାରୀଙ୍କ ପୁଞ୍ଜିନିବେଶକୁ ଭାରତ ସରକାର ଅନୁମତି ଦେଇଥିଲେ।

ଆହୁରି ପଢନ୍ତୁ: Semiconductor: ୪ କାରଖାନାରୁ ଚଳିତବର୍ଷ ଉତ୍ପାଦନ ହେବ ସେମିକଣ୍ଡକ୍ଟର

କିନ୍ତୁ ଭାରତ ସରକାର ଆତ୍ମନିର୍ଭର ଭାରତ ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ୨୦୨୩ ପରଠାରୁ ଆପଲ୍‌ ପକ୍ଷରୁ ଭାରତୀୟ କମ୍ପାନିମାନଙ୍କୁ ଏହାର ଯୋଗାଣ ଶୃଙ୍ଖଳରେ ସାମିଲ କରାଯାଇଥିଲା। ଯଦିଓ ଏହା ଏକ କଠିନ ନିଷ୍ପତ୍ତି ଥିଲା, କିନ୍ତୁ ତାହା ଦ୍ବାରା ଭାରତୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ବିଶେଷ ଭାବେ ଉପକୃତ ହେବେ।