ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଆଇ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି। ଏଆଇ, ବିଦ୍ୟୁତ୍ ଯାନ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଚାହିଦା ଯୋଗୁ ସେମିକଣ୍ଡକ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଭାରତ ସେମିକଣ୍ଡକ୍ଟର ଶିଳ୍ପ ସଂପର୍କିତ ୧୦ଟି ପ୍ରକଳ୍ପକୁ ବହୁ ପୂର୍ବରୁ ମଞ୍ଜୁରି ଦେଇସାରିଛି। ସେଥି ମଧ୍ୟରୁ ୪ଟି କାରଖାନାରୁ ଚଳିତବର୍ଷ ବାଣିଜ୍ୟିକ ଉତ୍ପାଦନ ହେବା ନେଇ ଆଶା ରହିଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ସେହି ପ୍ରକଳ୍ପଗୁଡ଼ିକ ହେଉଛି ସିଜି ସେମି, କିନ୍ସ ଟେକ୍ନୋଲୋଜି, ମାଇକ୍ରନ ଟେକ୍ନୋଲୋଜି ଓ ଟାଟା ଇଲେକ୍ଟ୍ରୋନିକ୍ସ ଆସାମ। ସେମିକଣ୍ଡକ୍ଟରର ଡିଜାଇନ ଏବଂ ଏହି କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି ହାସଲ କରିଛି। ଡିଜାଇନରେ ୨୩ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ସାମିଲ ହୋଇଛନ୍ତି। ୩୧୩ଟି ବିଶ୍ବବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହେଉଛି। ତେଣୁ ଦେଶରେ ଏ କ୍ଷେତ୍ରରେ ଏକ ଭଲ ପରିବେଶ ସୃଷ୍ଟି ହେଉଛି। ଏସବୁ ପାଇଁ ୨୦୨୮ ସୁଦ୍ଧା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିବ।
ଆହୁରି ପଢନ୍ତୁ: PM Modi, German Chancellor: ଭାରତରେ ଜର୍ମାନୀ ଚାନ୍ସେଲର ମର୍ଜ: ଗୁଡ଼ି ମହୋତ୍ସବ ଉଦଘାଟନ କଲେ, ଗାନ୍ଧୀ ଆଶ୍ରମ ପରିଦର୍ଶନ କଲେ
୨୦୩୨ ବେଳକୁ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ହବ୍ରେ ପରିଣତ ହେବା ଆଶା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହି ସମୟ ବେଳକୁ ଭାରତ ୩ ନାନୋମିଟରର ଚିପ୍ ନିର୍ମାଣ କ୍ଷମତା ମଧ୍ୟ ହାସଲ କରିଥିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ବିପ୍ଳବ ୫.୦ରେ ଏଆଇର ପ୍ରତିନିଧିତ୍ବ ରହିବ। ଶିଳ୍ପ ସମେତ ଲୋକଙ୍କ ଜୀବନ ଏବଂ ସମାଜକୁ ନୂଆ ରୂପ ଦେବ ଏଆଇ। ଏଆଇ କ୍ଷେତ୍ରରେ ସ୍ବାଧୀନ ହେବା ଦେଶର ପ୍ରାଥମିକତା ରହିଛି। ତେଣୁ ଏଆଇର ୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା ଆପ୍ଲିକେସନ୍, ମଡେଲ, ଚିପ୍ସେଟ୍, ଭିତ୍ତିଭୂମି ଓ ଶକ୍ତି କ୍ଷେତ୍ରରେ ଭାରତ କାର୍ଯ୍ୟ କରୁଛି। ଇଣ୍ଡିଆ ଏଆଇ ମିସନ ଅଧୀନରେ ୧୨ଟି ଟିମ୍ କାର୍ଯ୍ୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/10/semicoundector-2025-09-10-02-48-34.jpg)