ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆର ଭଲ ଆରମ୍ଭ ହୋଇପାରିନାହିଁ । ଦଳର ଟପ୍ ଅର୍ଡର ଫେଲ ମାରିଥିବାବେଳେ ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବାସ୍ତବରେ, ଯେତେବେଳେ ରୁଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଲେ, ଅଷ୍ଟ୍ରେଲିଆର ଅଫ୍ ସ୍ପିନର ନାଥନ୍ ଲିଅନ୍ ତାଙ୍କ ଆଡକୁ ଦୌଡ଼ି ଆସି କହିଲେ, ପନ୍ତ, ଆଇପିଏଲ୍ ୨୦୨୫ ନିଲାମରେ କେଉଁ ଦଳକୁ ଯିବ? ପନ୍ତ ହସିଥିଲେ ଏବଂ ତା’ପରେ କହିଥିଲେ ଯେ କିଛି ଆଇଡ଼ିଆ ନାହିଁ | ସୋସିଆଲ ମିଡିଆରେ ଏହାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଉଲ୍ଲେଖ ଥାଉ କି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଆଇପିଏଲ-୨୦୨୫ର 'ରିଟେନ ଲିଷ୍ଟ'ରୁ ହଟାଇ ଦେଇଥିଲା । ଆଉ ଋଷଭ ଏବେ କେଉଁ ଦଳକୁ ଯିବେ ତାହା ଜଣାପଡିନାହିଁ | କିନ୍ତୁ ଋଷଭଙ୍କୁ ନେବାକୁ ବେଙ୍ଗାଲୁରୁ, ରାଜସ୍ଥାନ ଦଳ ଆଗ୍ରହ ପ୍ରକାଶ କରିଥିବାର ଚର୍ଚ୍ଚା ହେଉଛି | ଉଲ୍ଲେଖ ଥାଉ କି ଅକ୍ଟୋବର ୩୧ରେ ଆଇପିଏଲ ୨୦୨୫ ପାଇଁ ସମସ୍ତ ଦଳର ରିଟେନସନ ତାଲିକା ପ୍ରକାଶ ପାଇଥିଲା | ଦିଲ୍ଲୀ କ୍ୟାପିଟାଲସ ଅକ୍ଷର ପଟେଲ, କୁଲଦୀପ ଯାଦବ, ଅଭିଷେକ ପୋରେଲ ଏବଂ ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ରିଟେନ କରିଥିଲା।
Follow Us