ରାହୁଲ ଗାନ୍ଧିଙ୍କୁ ଏଭଳି ଜବାବ ଦେଇ ମହିଳା ଆଇପିଏସ୍‌ କହିଲେ, ଭିଆଇପିଙ୍କ ଜୀବନ ବଞ୍ଚାଇଥାଏ ସ୍ନିଫର ଡଗ୍‌

Advertisment
ରାହୁଲ ଗାନ୍ଧିଙ୍କୁ ଏଭଳି ଜବାବ ଦେଇ  ମହିଳା ଆଇପିଏସ୍‌ କହିଲେ, ଭିଆଇପିଙ୍କ ଜୀବନ ବଞ୍ଚାଇଥାଏ ସ୍ନିଫର ଡଗ୍‌

zeenews

ନୂଆଦିଲ୍ଲୀ: ଗତକାଲି ଅର୍ଥାତ୍‌ ୨୧ ଜୁନ୍‌କୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିଲା। ଭାରତରେ ଏହାର ବିଶେଷ ପ୍ରସ୍ତୁତି ବି କରାଯାଇଥିଲା। ସରକାରୀ ଠାରୁ ନେଇ ବେସରକାରୀ ସଙ୍ଗଠନ ପର୍ଯ୍ୟନ୍ତ ସବୁସ୍ଥାନରେ ଯୋଗ ଦିବସ ଅବସରରେ ଯୋଗଭ୍ୟାସ କରାଯାଇଥିଲା। ଶିବିର ବି ଲଗା ଯାଇଥିଲା। ଯେଉଁଥିରେ ସେନାର କୁକୁର ଯୋଗ କରୁଥିବା ନଜର ଆସିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଫଟୋ ସେୟାର କରି ‘ନ୍ୟୁଇଣ୍ଡିଆ’ ବୋଲି ଲେଖିଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହି ଟୁଇଟକୁ ନେଇ ବିରୋଧୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହା ସୋସିଆଲ ମିଡିଆରେ ଟ୍ରୋଲ ହୋଇଯାଇଛି।

ରାହୁଲ ଗାନ୍ଧିଙ୍କ ଟୁଇଟକୁ ନେଇ ମହିଳା ଆଇପିଏସ୍‌ ଡି ରୁପା ଏଭଳି ଉତ୍ତର ଦେଇଛନ୍ତି, ଯାହାକି ଚର୍ଚ୍ଚାରେ ରହିଛି। ସେ ନିଜ ଟୁଇଟରରେ ଲେଖିଥିଲେ କି, ଡଗ୍‌ ହ୍ୟାଣ୍ଡଲର ପୁଲିସ କିମ୍ବା ସେନା ହୋଇଥାଆନ୍ତି। ବହୁତ କଠିନ ପରିଶ୍ରମ ପରେ ହିଁ କୁକୁରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ସେନା କିମ୍ବା ପୁଲିସର ପ୍ରତ୍ୟେକ କୁକୁର କେବଳ ନିଜ ହ୍ୟାଣ୍ଡଲରଙ୍କ ଆଦେଶ ପାଳନ କରି ଥାଆନ୍ତି।

ରେଳବାଇ ପୁଲିସରେ ନିୟୋଜିତ ଥିବା ଡି ରୁପା ଏଠାରେ ଅଟକି ନଥିଲେ। ସେ ଆଗକୁ ଲେଖିଛନ୍ତି କି ଏହି କୁକୁର କେବଳ ବିସ୍ଫୋରଣକୁ ଅଟକାଇ ଥାଆନ୍ତି ତାହା ନୁହେଁ ବିସ୍ଫୋରକକୁ ଶୁଙ୍ଘି ଦେଶର ଭିଭିଆଇପିଙ୍କ ଜୀବନ ବଞ୍ଚାଇଥାଆନ୍ତି। ସତରେ ନୂଆ ଇଣ୍ଡିଆକୁ ନେଇ ଗର୍ବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe