bbc
ନୂଆଦିଲ୍ଲୀ: ଚୀନର ଉହାନ ସହରୁ ସୃଷ୍ଟି ହୋଇଥିବା କରେନା ଭାଇରସ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ସାରା ପୃଥିବୀବାସୀଙ୍କୁ ଆତଙ୍କିତ କରାଇଥିବା ଏହି ଭାଇରସ୍ ଚୀନରୁ ସୃଷ୍ଟି ହୋଇଛି ଯଦିଓ ଏହା କିନ୍ତୁ ପ୍ରାକୃତିକ କିମ୍ବା ମଣିଷକୃତ ଏ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। ପୂର୍ବରୁ ବି ଚର୍ଚ୍ଚା ହେଉଥିଲା ଯେ କରୋନା ଭାଇରସ୍ ହେଉଛି ଚୀନର ‘ଜୈବିକ ଅସ୍ତ୍ର’। ଏହି କାରଣରୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ଦେଶମାନଙ୍କ ରୋଷର ଶିକାର ହୋଇଛି ଚୀନ।
ମାତ୍ର ନିକଟରେ ହସ୍ତଗତ ହୋଇଥିବା ଏକ ରିପୋର୍ଟ ମୁତାବକ, ଏହି ଭାଇରସ୍ ଆଦୌ ବି ମଣିଷକୃତ ନୁହେଁ। ଏହା ଏକ ପ୍ରାକୃତିକ ଭାଇରସ୍। ଏହା ଚୀନର ଏକ ଲାବ୍ରୋଟୋରିରୁ ପ୍ରଘଟ ହୋଇଥିବା କଥା ଗୁଜବ।
କରୋନା ଭାଇରସ୍ ପ୍ରକୃତିକ କି ମନୁଷ୍ୟକୃତ୍ୟ ତାହା ଜାଣିବା ପାଇଁ ଏକ ବିଶେଷଜ୍ଞ ଦଳ ଗବେଷଣା କରିବା ପରେ ଏହା ଏକ ଜୈବିକ(ଅର୍ଗାନିକ୍) ଭାଇରସ୍ ବୋଲି ଜାଣିବାକୁ ପାଇଛନ୍ତି।
ଯଦିଓ ପୂର୍ବରୁ ଅନେକ ଖବର ପ୍ରକାଶ ପାଇଛି ଯେ ଭାଇରସ୍ଟି ଏକ ଲାବ୍ରଟୋରିରୁ ବ୍ୟାପିଛି। ହୁଏତ ଏହା ଏକ ଦୁର୍ଘଟଣା କିମ୍ବା ଜାଣି ଜାଣି ଏପରି କରାଯାଇଛି। ମାତ୍ର ନିକଟରେ ହୋଇଥିବା ଗବେଷଣା କହୁଛି, ସେପରି ଆଦୌ ବି ନୁହେଁ। ଭାଇରସ୍ ସଂପୂର୍ଣ୍ଣ ରୂପେ ପ୍ରକୃତିକ।
ଏହାକୁ ନେଇ ଚୀନର ଗବେଷକମାନେ ପ୍ରଥମେ ଗବେଷଣା ଆରମ୍ଭ କରି ପୂରା ବିଶ୍ବର ଗବେଷକଙ୍କୁ ମଧ୍ୟ ତଥ୍ୟ ବାଣ୍ଟିଛନ୍ତି। ବୈଜ୍ଞାନିକ କ୍ରିଷ୍ଟି୍ଆନ୍ ଆଣ୍ଡର୍ସନ ଏବଂ ତାଙ୍କର ସହଯୋଗୀମାନେ ଗବେଷଣା କରି କରୋନା ଭାଇରସ୍ ପ୍ରକୃତିକ ବୋଲି ବିଭିନ୍ନ ପ୍ରକାରର ପ୍ରମାଣ ଠୁଳ କରିଛନ୍ତି। ଏହି ଭାଇରସର ଜେନମ୍ ସିକୁଏନ୍ସର ତର୍ଜମା କରି ଏହି ତଥ୍ୟ ପ୍ରକାଶ କରିଛନ୍ତି।
Follow Us