ଗାଜା ହସ୍ପିଟାଲ ଉପରେ ଆକ୍ରମଣ ଅଭିଯୋଗକୁ ଅସ୍ବୀକାର କଲା ଇସ୍ରାଏଲ୍‌

Advertisment
ଗାଜା ହସ୍ପିଟାଲ ଉପରେ ଆକ୍ରମଣ ଅଭିଯୋଗକୁ ଅସ୍ବୀକାର କଲା ଇସ୍ରାଏଲ୍‌

www.ndtv.com

ନୂଆଦିଲ୍ଲୀ: ଔଷଧ ଏବଂ ଇନ୍ଧନର ଅଭାବ ହେତୁ ହମାସ ପୂର୍ବରୁ ହିଁ ସମସ୍ୟାରେ ଥିବାବେଳେ ଇସ୍ରାଏଲର ସ‌ୈନ୍ୟବାହିନୀ ଗାଜାର ଅଲ-ସିଫା ଡାକ୍ତରଖାନା ନିକଟରେ ହମାସ ସହ ମୁହାଁମୁହିଁ ହୋଇଛନ୍ତି। ଏହି ଯୁଦ୍ଧରେ ଆହତ କିମ୍ବା ବିସ୍ଥାପିତ ହୋଇଥିବା ଶହ ଶହ ଲୋକଙ୍କୁ ଡାକ୍ତରଖାନା ଆଶ୍ରୟ ପ୍ରଦାନ କରୁଛି।

ହେଲେ ଗାଜା ଷ୍ଟ୍ରିପ୍‌ର ସବୁଠୁ ବଡ଼ ଡାକ୍ତରଖାନା ଉପରେ ଗୁଳି ଚଳାଇଥିବା ଖବରକୁ ଇସ୍ରାଏଲ୍ ଅସ୍ୱୀକାର କରିଛି। କିନ୍ତୁ ଅଲ-ସିଫା ନିକଟରେ ହମାସ ସହ ତାଙ୍କ ସୈନ୍ୟ ଯୁଦ୍ଧ କରୁଥିବା କଥାକୁ ଇସ୍ରାଏଲ୍‌ ପୂର୍ବରୁ ସ୍ବୀକାର କରିଛି।

ଗାଜା ଷ୍ଟ୍ରିପ୍‌ର ସବୁଠୁ ବଡ଼ ଡାକ୍ତରଖାନା ଉପରେ ଗୁଳି ଚଳାଇଥିବା ଖବରକୁ ନେଇ ସାମରିକ ମୁଖପାତ୍ର ଡାନିଏଲ ହାଗରୀ ଟେଲିଭିଜନରେ କହିଛନ୍ତି, "ଗତ କିଛି ଘଣ୍ଟା ମଧ୍ୟରେ ମିଥ୍ୟା ସୂଚନା ପ୍ରଚାରିତ ହୋଇଛି ଯେ ଆମେ ଅଲ-ସିଫା ହସ୍ପିଟାଲକୁ ଘେରି ରହିଛୁ ଏବଂ ଏହା ଉପରେ ଆକ୍ରମଣ କରୁଛୁ। ମାତ୍ର ଏହା ଏକ ମିଥ୍ୟା ଖବର ଅଟେ।"

ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି ବୋଲି ସୂଚନା ରହିଛି। ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲକୁ ତା’ର ମୁଖ୍ୟ ସହଯୋଗୀ ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ନିବେଦନ କରିଥିଲେ ମଧ୍ୟ ଇସ୍ରାଏଲ ଏହାକୁ ଏଡ଼ାଇ ଚାଲିଛି। ଗାଜାର ବିଭିନ୍ନ ଡାକ୍ତରଖାନା ନିକଟରେ ଏବଂ ଏହାର ଆଖପାଖ ଅଞ୍ଚଳରେ ସଂଘର୍ଷ ତୀବ୍ର ହୋଇଛି। ପାଣି, ବିଜୁଳି ଓ ଚିକିତ୍ସା ସରଞ୍ଜାମ ଅଭାବ ସହ ଇସ୍ରାଏଲର ବୋମାମାଡ଼ ଯୋଗୁ ଗାଜାରେ ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ସିଫା ସମେତ ପ୍ରାୟ ସମସ୍ତ ହସ୍ପିଟାଲ ଅଚଳ ହୋଇପଡ଼ିଛି। ଅଲ୍‌ ସିଫା ଗତକାଲିଠାରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆଜି ‌ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe