ଆମେଠିରେ ନୂଆ ସକାଳ ବୋଲି ଟୁଇଟ କରି କହିଲେ ସ୍ମୃତି ଇରାନୀ

Advertisment
ଆମେଠିରେ ନୂଆ ସକାଳ ବୋଲି ଟୁଇଟ କରି କହିଲେ ସ୍ମୃତି ଇରାନୀ

indiatoday

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସି ଯାଇଛି। ଏହି ଫଳାଫଳର ସବୁଠାରୁ ଜବରଦସ୍ତ ପରିଣାମ ଆମେଠିରେ ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗଡ଼ ବୋଲି କୁହାଯାଉଥିବା ଆମେଠି ଆସନରେ ରାହୁଲଙ୍କୁ ହରାଇ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିଜୟ ହାସଲ କରିଛନ୍ତି। ଆମେଠିରୁ ମିଳିଥିବା ବିଜୟ ପରେ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଟୁଇଟ କରି ଲେଖିଥିଲେ, ମନରେ ବିଶ୍ୱାସ ଥିଲେ ପ୍ରତ୍ୟେକ ଅସମ୍ଭବ କାମ ସମ୍ଭବ ହୋଇଥାଏ। ମୋତେ ଭୋଟ ଦେଇ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆମେଠି ପାଇଁ ଏକ ନୂଆ ସକାଳ, ଏକ ନୂଆ ସଂକଳ୍ପ। ଧନ୍ୟବାଦୀ ଅମେଠି, ଶହେ ଶହେ ପ୍ରଣାମ। ଏହି ଟୁଇଟରେ ସ୍ମୃତି ଇରାନୀ ବିଜୟୀ ଭାରତ ଓ ପୁଣି ଥରେ ମୋଦି ସରକାରର ଟ୍ୟାଗ ଲଗାଇଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପାରମ୍ପରିକ ଆସନ ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିବା ପରେ ସେ ଏଥିପାଇଁ ସ୍ମୃତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ନିର୍ବାଚନ ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ମୃତିଙ୍କ ଠାରୁ ରାହୁଲ ୪୯,୭୦୨ ଖଣ୍ଡ ଭୋଟରେ ପଛରେ ଅଛନ୍ତି। ସ୍ମୃତିଙ୍କୁ ୪,୨୧, ୦୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ରାହୁଲଙ୍କୁ ୩,୭୧,୩୪୮ ଖଣ୍ଡ ଭୋଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe