Indiatimes.com
କାଗଜନଗର: ମତଦାନ କେବଳ ଆମ ଅଧିକାର ନୁହେଁ ବରଂ କର୍ତ୍ତବ୍ୟ ବୋଲି ସାବ୍ୟସ୍ତ କରିବାକୁ ଯାଇ ତେଲେଙ୍ଗାନାର ଅସିଫାବାଦ୍ ଜିଲ୍ଲାର କାଗଜନଗରଠାରେ ଜଣେ ହାତ ନଥିବା ବ୍ୟକ୍ତି ନିଜ ଗୋଡ଼ ସାହାଯ୍ୟରେ ମତଦାନ କରିଛନ୍ତି।
ତାଙ୍କର ହାତ ନାହିଁ ସତ କିନ୍ତୁ ଦେଶ ପ୍ରତି ତାଙ୍କୁ କର୍ତ୍ତବ୍ୟ କରିବାରୁ କେହି ଅଟକାଇ ପାରିନାହିଁ। ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜାକିର ନାମକ ଏହି ବ୍ୟକ୍ତି ଗୋଡ଼ରେ ଭୋଟ ଦେଇ ଚର୍ଚ୍ଚା ପାଲଟିଛନ୍ତି। ତେଲେଙ୍ଗାନାର ବିଶେଷ କରି ହାଇଦ୍ରାବାଦ୍ ଓ ସିକନ୍ଦରାବାଦ୍ଠାରେ ମତଦାନ ହାର କମ୍ ରହିଥିବା ବେଳେ ଜାକିରି ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତାଙ୍କର ମତଦାନ କରିବା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।
ମତଦାନ କେନ୍ଦ୍ରରେ ଥିବା କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ ଜାକିର୍ କାହାରି ସାହାଯ୍ୟ ନନେଇ ନିଜ ଗୋଡ଼ରେ ମତଦାନ କରିଥିଲେ। ତେବେ, ଜାଣିବାକୁ ମିଳିଛି ଯେ ଜାକିର୍ ତାଙ୍କ ଗୋଡ଼ ବ୍ୟବହାର କରି ଦସ୍ତଖତ ମଧ୍ୟ କରିପାରନ୍ତି।
ଜାକିର୍ ଭୋଟ୍ ଦେଉଥିବା ବେଳର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜାକିରଙ୍କ ତାଙ୍କର କାମ ପାଇଁ ବିଭିନ୍ନ ଲୋକ ପ୍ରଶଂସା କରିଛନ୍ତି।
Follow Us