ଖୋଲିଲା ଜଗମୋହନ : ୨ ବର୍ଷ ପରେ ଶ୍ରୀମନ୍ଦିର ଜଗମୋହନରୁ ଜଗନ୍ନାଥ ଦର୍ଶନ କଲେ ଭକ୍ତ

Advertisment
ଖୋଲିଲା ଜଗମୋହନ : ୨ ବର୍ଷ ପରେ ଶ୍ରୀମନ୍ଦିର ଜଗମୋହନରୁ ଜଗନ୍ନାଥ ଦର୍ଶନ କଲେ ଭକ୍ତ

ପୁରୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଥିବା ଜଗମୋହନ ଭିତର କାଠରୁ ସୋମବାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ସୋମବାର ଖୋଲିଛି। ଭିତର କାଠ ଖୋଲିବା ସମୟରେ ହାଇକୋର୍ଟଙ୍କ ୩ ଜଣିଆ ଟିମ୍‌ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ଜଗମୋହନ ଖୋଲିବା ଓ ଦର୍ଶନକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପସ୍ତୁତ କରାଯାଇଥିଲା। କେଉଁ କେଉଁ ସମୟରେ ଜଗମୋହନରୁ ଦର୍ଶନ ବନ୍ଦ ରହିବ ସେ ନେଇ ବ୍ୟବସ୍ଥା କରାଯାଇଥିଲା। ଜଗମୋହନ ଖୋଲିବା ସମୟରେ ପୁରୀ ଏସ୍‌ପିଙ୍କ ସମେତ ପୁଲିସ ବିଭାଗର ଉଚ୍ଚପଦାଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

publive-image

ଦର୍ଶନାର୍ଥୀମାନେ ଜୟ ବିଜୟ ଦ୍ୱାର ଦେଇ ଜଗମୋହନ ଭିତର କାଠ ନିକଟରୁ ଦର୍ଶନ କରି ବେହେରଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ସରକାରୀ ପୁଲିସ ଓ ଜେଟିପି ଜଗମୋହନରେ ଉପସ୍ଥିତ ରହି ଦର୍ଶନରେ ଶୃଙ୍ଖଳା ରକ୍ଷା କରିବେ। ସେବକ ଓ କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ବେହେରଣ ଦ୍ୱାର ଦେଇ ଭିତରକୁ ଆସିପାରିବେ ନାହିଁ। ଭକ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗମୋହନରେ ଏଥର ନଡ଼ିଆବାଡ଼ିଆକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ସୂଚନାଯୋଗ୍ୟ,  ମରାମତି ପାଇଁ ଗତ ୨୦୧୬ ଜାନୁଆରି ୨୮ ତାରିଖରୁ ଜଗମୋହନ ବନ୍ଦ ରହିଥିଲା। ଫଳରେ ଭକ୍ତମାନେ ଭିତରକାଠ (ଜଗମୋହନରୁ) ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଥିଲେ। ବାହାରକାଠରୁ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ। ଏଏସ୍‌ଆଇ ମରାମତି କାମ କରୁଥିବାରୁ ଏହି ଦର୍ଶନ ବନ୍ଦ ରହିଥିଲା। ମାତ୍ର ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟ ଗତ ୧୦ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe