'ଭାଉଜ' ଡାକିଲେ କେମିତି ଲାଗେ? ଜାଣନ୍ତୁ କଣ କହିଲେ ଜାଗୃତି

ଫ୍ୟାନ୍ସମାନେ ଭାଉଜ ଡାକିଲେ କେମିତି ଲାଗେ? ଆପଣ ରାଗିଯାଆନ୍ତି ନା ହସିଦିଅନ୍ତି? ଭାଉଜ ଡାକ ଭବିଷ୍ୟତରେ ସତ ହେବ କି? ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଜାଗୃତି ଶୁକ୍ଳା |

ଅଦ୍ୟତନ ହୋଇଛି
jagriti shukla

ଭୁବନେଶ୍ୱର: ଓଡିଶାର ସୁପରଷ୍ଟାର, ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଟାଇମ୍‌ପାସ୍‌ ପବ୍ଲିକେସନ୍‌ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା।

ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି। ତେବେ ବହି ଉନ୍ମୋଚନ ପରେ ଜାଗୃତିଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। 

ବହିରେ କଣ ସବୁ ଲେଖାହୋଇଛି?

  1. ଅଣନିଶ୍ୱାସୀ ହୋଇ ଅନୁଭବ ବିଜେଡ଼ି ଛାଡିଥିଲେ
  2. ନିର୍ବାଚନ ଜିତିବା କାରଣରୁ ଲାଗୁଥିଲା ଆରୋପ 
  3. ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ବିଚ୍ଛେଦ କଥା 

ଆଉ ଜାଗୃତିଙ୍କ ଉତ୍ତର ଏକ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବାସ୍ତବରେ ଜାଗୃତିଙ୍କୁ ପଚରାଯାଇଥିଲା ଯେ ଅନୁଭବଙ୍କ ଫ୍ୟାନ୍ସମାନେ ଜାଗୃତିଙ୍କୁ ଭାଉଜ ବୋଲି ସୋସିଆଲ ମିଡିଆରେ ଡାକୁଛନ୍ତି। ଏହି ଭାଉଜ ଡାକ ଶୁଣି ଜାଗୃତି ରାଗିଯାଉଛନ୍ତି ନା ଭାଉଜ ଡାକ ବାସ୍ତବ ରୂପ ନେବ। ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଛନ୍ତି ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏଭଳି ଉତ୍ତର ଉଭୟଙ୍କ ବିବାହ ଚର୍ଚ୍ଚାକୁ ଅଧିକ ଶକ୍ତି ଯୋଗାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe