Jail Guard Captured: ଗୁଆଟେମାଲାର ୩ଟି ଜେଲର ଅନ୍ତେବାସୀ ଡଜନାଧିକ ରକ୍ଷୀଙ୍କୁ ବନ୍ଧକ ରଖିଲେ

Advertisment

ଗୁଆଟେମାଲା ସିଟିରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଏଠାରେ ଥିବା ତିନୋଟି ଜେଲର ଅନ୍ତେବାସୀ ଡଜନାଧିକ ଜେଲ୍ ଗାର୍ଡଙ୍କୁ ବନ୍ଧକ ରଖିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ମାର୍କୋ ଆଣ୍ଟୋନିଓ ଭିଲେଡା କହିଛନ୍ତି ଯେ, ସେ ଅନ୍ତେବାସୀଙ୍କ ସହ କଥାବାର୍ତ୍ତା କରିବେ

jail

ଗୁଆଟେମାଲା: ଗୁଆଟେମାଲା ସିଟିରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଏଠାରେ ଥିବା ତିନୋଟି ଜେଲର ଅନ୍ତେବାସୀ ଡଜନାଧିକ ଜେଲ୍ ଗାର୍ଡଙ୍କୁ ବନ୍ଧକ ରଖିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ମାର୍କୋ ଆଣ୍ଟୋନିଓ ଭିଲେଡା କହିଛନ୍ତି ଯେ, ସେ ଅନ୍ତେବାସୀଙ୍କ ସହ କଥାବାର୍ତ୍ତା କରିବେ, କିନ୍ତୁ ୪୬ ଜଣ ରକ୍ଷୀଙ୍କୁ ମୁକ୍ତ କରିବା ପାଇଁ ସେମାନଙ୍କ ଦାବିକୁ ଗ୍ରହଣ କରାଯିବ ନାହିଁ।

ଜେଲ ପ୍ରଶାସକମାନେ କାରାଗାରରେ ଥିବା ଗ୍ୟାଙ୍ଗ ନେତାଙ୍କଠାରୁ କିଛି ସୁବିଧା ଛଡ଼ାଇ ନେବାକୁ ନିଷ୍ପତ୍ତି ନେବା ପରେ ଏହି ଘଟଣା ଘଟିଛି। ସରକାରୀ ବିବୃତିରେ କୁହାଯାଇଛି ଯେ, ଗୁଆଟେମାଲାରେ ଆମେ ଆତଙ୍କବାଦୀଙ୍କ ସହ କିମ୍ବା ସଂଗଠିତ ଅପରାଧ ସହିତ ବୁଝାମଣା କରୁନାହୁଁ।

 କଏଦୀଙ୍କ ଦାବିକୁ କଦାପି ଗ୍ରହଣ କରାଯିବ ନାହିଁ। ପ୍ରଭାବିତ ଜେଲ ଚାରିପାଖରେ ଜାତୀୟ ପୁଲିସ ମୁତୟନ କରାଯାଇଛି। କୌଣସି ଆହତ କିମ୍ବା ମୃତ୍ୟୁର ଖବର ନାହିଁ। ସୋସିଆଲ ପ୍ଲାଟଫର୍ମରେ ଭାଇରାଲ ହୋଇଥିବା ଭିଡିଓରେ କିଛି କଏଦୀ ବଦଳି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe