ଗର୍ଭବତୀଙ୍କୁ ଆଣିବାକୁ ଯାଇ ଜନନୀ ଏକ୍ସପ୍ରେସ ଆଣ୍ଠେଇଲା

Advertisment

ଗର୍ଭ ଯନ୍ତ୍ରଣା ହେଉଥିବା ମହିଳାଙ୍କୁ ନେବାକୁ ଆସି ଗାଁ ଦାଣ୍ଡରେ ଆଣ୍ଠେଇଲା ଜନନୀ ଏକ୍ସପ୍ରେସ। ଏସବୁ ଭିତରେ ଗର୍ଭ ଯନ୍ତ୍ରଣାଠାରୁ ବଳିଗଲା ଜନନୀ ଏକ୍ସପ୍ରେସ ଯନ୍ତ୍ରଣା ।

ଗର୍ଭ ଯନ୍ତ୍ରଣା ହେଉଥିବା ମହିଳାଙ୍କୁ ନେବାକୁ ଆସି ଗାଁ ଦାଣ୍ଡରେ ଆଣ୍ଠେଇଲା ଜନନୀ ଏକ୍ସପ୍ରେସ। ଏସବୁ ଭିତରେ ଗର୍ଭ ଯନ୍ତ୍ରଣାଠାରୁ ବଳିଗଲା ଜନନୀ ଏକ୍ସପ୍ରେସ ଯନ୍ତ୍ରଣା ।

janani express

କୋରାପୁଟ: ଗର୍ଭ ଯନ୍ତ୍ରଣା ହେଉଥିବା ମହିଳାଙ୍କୁ ନେବାକୁ ଆସି ଗାଁ ଦାଣ୍ଡରେ ଆଣ୍ଠେଇଲା ଜନନୀ ଏକ୍ସପ୍ରେସ। ଏସବୁ ଭିତରେ ଗର୍ଭ ଯନ୍ତ୍ରଣାଠାରୁ ବଳିଗଲା ଜନନୀ ଏକ୍ସପ୍ରେସ ଯନ୍ତ୍ରଣା । ତୁରନ୍ତ ଅନ୍ୟ ଏକ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ସେ ଆସିବାରେ ପର୍ଯ୍ୟନ୍ତ ଗର୍ଭବତୀ ମା’ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ବିଳମ୍ବରେ ମେଡ଼ିକାଲରେ ପହଞ୍ଚିଥିଲେ। ପରିବାରବର୍ଗଙ୍କ ସହ ଗ୍ରାମବାସୀ ଚିନ୍ତାରେ ନାକେଦମ ହୋଇଥିଲେ। ଏଭଳି ଏକ ସ୍ପର୍ଷକାତର ଘଟଣା ଘଟିଛି କୋରାପୁଟ ଜିଲ୍ଲାସଦର ମହକୁମାର କୋରାପୁଟ ବ୍ଲକ ଅର୍ନ୍ତଗତ କେନ୍ଦାର ପଞ୍ଚାୟତ ଫୁଲ ପଦର ଗ୍ରାମରେ। 

ଫୁଲପଦର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦି ଜନନୀ ଏକ୍ସପ୍ରେସ ୧୦୮ କୁ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ଗାଁକୁ ଜନନୀ ଏକ୍ସପ୍ରେସ ଆସିଥିଲା। ଅଚାନକ ଭାବେ ଜନନୀ ଏକ୍ସପ୍ରେସ ଗାଁ ଦାଣ୍ଡ ମଝିରେ ଷ୍ଟାର୍ଟ ବନ୍ଦ ହୋଇ ଅଟକି ଗଲା। ଡ଼୍ରାଇଭର ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଗାଡି ଷ୍ଟାର୍ଟ ହେଲାନି। ଏପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା । ତୁରନ୍ତ ଅନ୍ୟ ୧୦୮ ସହ ଯୋଗାଯୋଗ କରି ବିଳମ୍ବରେ ପହଞ୍ଚିଥିଲେ ମେଡିକାଲ। ଏପରି ହେବା ନୂଆ ଘଟଣା ନୁହେଁ। ବାରମ୍ବାର ଏଭଳି ହେଉଛି। ତେବେ ଏକ୍ସପ୍ରେସ ଗୁଡିକର ଯନ୍ତ୍ରାଂଶ ମରାମତି ଓ ସଠିକ୍ ରକ୍ଷଣାବେକ୍ଷଣା ଅଭାବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ନଜରକୁ ଆସୁଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ଓ ଜିଲ୍ଲାସ୍ଵାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe