ଭୁବନେଶ୍ୱର: 'ମୁଁ ରାକା, ମୋ କାମ ପକ୍କା, ମୋ ଗାର୍ଲଫ୍ରେଣ୍ଡ ଟଙ୍କା, ଏପାଖ ସେପାଖ ହେଲେ ମୋ ହାର୍ଟରେ ପଶେ ରକା' ଯାତ୍ରା ମଞ୍ଚରେ ଏଭଳି ଦମଦାର ଡାଇଲଗ ସହ ଦର୍ଶକଙ୍କୁ ଥରାଇଦେଉଥିବା ଏହି ଭିଲିଆନ ଆଜି ନିରବ ହୋଇଯାଇଛନ୍ତି | ମାତ୍ର ୪୦ ବର୍ଷ ବୟସରେ ଭିଲିଆନ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ)ଙ୍କର ଦେହାନ୍ତ ହୋଇଯାଇଛି |
ଜଗତସିଂହପୁରଜିଲ୍ଲା ବାଲିକୁଦା ଡିହସାହି ଗ୍ରାମର ନଳୀଙ୍କର ହୃଦଘାତରେ ଜୀବନ ଚାଲିଯାଇଥିବାବେଳେ ଏବେ ସେ ଅଷ୍ଟଶମ୍ଭୁ ଅପେରାରେ ଅଭିନୟ କରୁଥିଲେ | ନଳୀ ତାଙ୍କ ଯାତ୍ରା କ୍ୟାରିୟର ତୁଳସୀ-ଗୌରୀ ଗଣନାଟ୍ୟରୁ ଆରମ୍ଭ କରିଥିବାବେଳେ ଏହାପରେ ଇଷ୍ଟର୍ଣ୍ଣ ରେଡ, ତୁଳସୀ ଗଣନାଟ୍ୟ, ଇନ୍ଦ୍ରଭୁବନ, ତ୍ରିନାଥ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟର ଅନେକ ସୁପରହିଟ ଯାତ୍ରାରେ ବି ଅଭିନୟ କରିଥିଲେ |
ଆହୁରି ପଢନ୍ତୁ: Khesari Lal Yadav: ମଣିଷଙ୍କ ବିପକ୍ଷରେ ଜିତିଯାଇପାରେ, ମେସିନ ବିପକ୍ଷରେ ନୁହେଁ: ଖେସାରି ଲାଲ ଯାଦବ
ଇଷ୍ଟର୍ଣ୍ଣ ରେଡର ଗାଁରୁ ଆସୁଛି ଗୌରୀ ନାନୀ ନରେନ୍ଦ୍ରଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା | ସେହିପରି ପାର୍ବତୀ ଗଣନାଟ୍ୟର ଲୁହ ଧୋଇଦେଲା ଓଠର ହସ, କାହିଁକି କାନ୍ଦୁଛୁ ମୁହଁ ଲୁଚେଇ ପ୍ରମୁଖରେ ନଳୀଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/26/new-project-5-2025-12-26-13-25-56.jpg)