ସମ୍ବଲପୁରରୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ନାରାୟଣ

Advertisment
ଏସ୍‌ଏଚ୍‌ଜି ଦ୍ବାରା ଦୁର୍ନୀତି କରାଯାଉଛି: ଜୟନାରାୟଣ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଗୋଟିଏ ଥର ବ୍ରେକ୍‌ ପରେ ପୁଣି ଏଥର ସମ୍ବଲପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ମିଶ୍ର ଗତଥର ଲୋକପ୍ରିୟ ଡାକ୍ତର ତଥା ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ।

ପ୍ରଥମେ ୨୦୦୦ ମସିହାରେ ନିର୍ବାଚିତ ହୋଇ ଶ୍ରୀ ମିଶ୍ର ବିଜେଡି-ବିଜେପି ମିଳିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ପାଳିରେ ମଧ୍ୟ ସେ ତାଙ୍କର ମନ୍ତ୍ରୀ ପଦ ବଜାୟ ରଖିଥିଲେ। ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶ୍ରୀ ମିଶ୍ର ଗତବର୍ଷ ବିଜେପୁରରେ ଉପ ନିର୍ବାଚନ ସମୟରେ ଗଣ୍ଡଗୋଳ ନେଇ ଗିରଫ ହୋଇଥିଲେ। ତାଛଡ଼ା ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଆକ୍ରମଣ ଅଭିଯୋଗରେ ମଧ୍ୟ ନିଲମ୍ବିତ ହୋଇଥିଲେ। ତେବେ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନିଆଯିବା ସଙ୍ଗେ ସଙ୍ଗେ ତାଙ୍କୁ ଏଥର ଦଳୀୟ ପ୍ରାର୍ଥୀ କରାଯାଇଥିଲା। ଶ୍ରୀ ମିଶ୍ରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଅଶ୍ୱିନୀ ପୁଜାହାରୀ।

ଡାକ୍ତର ପାଣିଗ୍ରାହୀ ବିଜେଡିର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଡାକ୍ତର ପୂଜାହାରୀ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ। ଉଭୟ ଗୁରୁ ଶିଷ୍ୟ ଥିଲେ।

ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଳାର କୁଚିଣ୍ଡା ବିଧାନସଭା ଆସନରୁ ଲଗାତାର ୩ ଥର ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବି ନାରାୟଣ ନାୟକ ଏଥର ହାରି ଯାଇଛନ୍ତି। ତାଙ୍କୁ ପରାଜିତ କରି ବିଜେଡି ପ୍ରାର୍ଥୀ କିଶୋର ନାୟକ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe