ରେଳଧାରଣା ଖଣ୍ଡ ସହ ଦୂରନ୍ତ ଧକ୍କା ଘଟଣା, ଯାନ୍ତ୍ରିକ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ରେଳଧାରଣା ଖଣ୍ଡ ସହିତ ଦୂରନ୍ତ ଟ୍ରେନ୍ ଧକ୍କାହେବା ଘଟଣାକୁ ଚକ୍ରଧରପୁର ରେଳମଣ୍ଡଳ ପ୍ରଶାସନ ଗମ୍ଭୀରତାର ସହ ନେଇଛି। ଏହି ମାମଲାରେ ମନୋହରପୁର ରେଳବାଇ ଯାନ୍ତ୍ରିକ ବିଭାଗର ଜେଇ ମୁକେଶ କୁମାରଙ୍କୁ ବରିଷ୍ଠ ରେଳବାଇ ଅଧିକାରୀ ନିଲମ୍ବିତ କରିଛନ୍ତି।

ବିଶ୍ରା: ମହାଦେବଶାଲ ରେଳଷ୍ଟେସନ ନିକଟରେ ଗୁରୁବାର ରେଳଧାରଣା ଖଣ୍ଡ ସହିତ ଦୂରନ୍ତ ଟ୍ରେନ୍ ଧକ୍କାହେବା ଘଟଣାକୁ ଚକ୍ରଧରପୁର ରେଳମଣ୍ଡଳ ପ୍ରଶାସନ ଗମ୍ଭୀରତାର ସହ ନେଇଛି। ଏହି ମାମଲାରେ ମନୋହରପୁର ରେଳବାଇ ଯାନ୍ତ୍ରିକ ବିଭାଗର ଜେଇ ମୁକେଶ କୁମାରଙ୍କୁ ବରିଷ୍ଠ ରେଳବାଇ ଅଧିକାରୀ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ଓ ଯାତ୍ରୀବାହୀ ଟ୍ରେନ୍ ସହିତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀଙ୍କ ଜୀବନକୁ ବିପଦରେ ପକାଇ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପରି ଘଟଣା ପୁନରାବୃତ୍ତି ଯେମିତି ନହୁଏ ସେଥିପାଇଁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ କରାଯାଉଛି।

ଗୁରୁବାର ଦିନ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ମହାଦେବଶାଲ ରେଳଷ୍ଟେସନ ମନ୍ଦିର ନିକଟରେ ଟ୍ରାକ୍ ମରାମତି କାମ ଚାଲିଥିଲା। ଯାନ୍ତ୍ରିକ ବିଭାଗର କର୍ମଚାରୀମାନେ ରେଳ ଟ୍ରାକ୍ ପାର କରୁଥିବା ସମୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ୬ ମିଟର ଲମ୍ବର ରେଳଧାରଣା ଖଣ୍ଡ ନେଇ ଯାଉଥିଲେ। ଏହି ସମୟରେ ଦୂରନ୍ତ ଏକ୍ସପ୍ରେସ ଦ୍ରୁତଗତିରେ ଆସି ପହଞ୍ଚିଥିଲା। ଏହାକୁ ଦେଖି ରେଳ କର୍ମଚାରୀମାନେ ଜୀବନବିକଳରେ ରେଳଧାରଣା ଖଣ୍ଡକୁ ଟ୍ରାକ୍‌ ଉପରେ ଛାଡ଼ିଦେଇ ପଳାଇ ଯାଇଥିଲେ। ଦୂରନ୍ତ ଉକ୍ତ ରେଳଧାରଣାକୁ ଧକା ଦେଇଥିଲା। ଫଳରେ ଟ୍ରେନ୍‌ର କ୍ୟାଟଲ୍‌ ଗାର୍ଡ ଭାଙ୍ଗି ଯାଇଥିଲା।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ମହାଦେବଶାଲ ରେଳଷ୍ଟେସନ ମନ୍ଦିର ନିକଟରେ ଟ୍ରାକ୍ ମରାମତି କାମ ଚାଲିଥିଲା। ଯାନ୍ତ୍ରିକ ବିଭାଗର କର୍ମଚାରୀମାନେ ରେଳ ଟ୍ରାକ୍ ପାର କରୁଥିବା ସମୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ୬ ମିଟର ଲମ୍ବର ରେଳଧାରଣା ଖଣ୍ଡ ନେଇ ଯାଉଥିଲେ। ଏହି ସମୟରେ ଦୂରନ୍ତ ଏକ୍ସପ୍ରେସ ଦ୍ରୁତଗତିରେ ଆସି ପହଞ୍ଚିଥିଲା। ଏହାକୁ ଦେଖି ରେଳ କର୍ମଚାରୀମାନେ ଜୀବନବିକଳରେ ରେଳଧାରଣା ଖଣ୍ଡକୁ ଟ୍ରାକ୍‌ ଉପରେ ଛାଡ଼ିଦେଇ ପଳାଇ ଯାଇଥିଲେ। ଦୂରନ୍ତ ଉକ୍ତ ରେଳଧାରଣାକୁ ଧକା ଦେଇଥିଲା। ଫଳରେ ଟ୍ରେନ୍‌ର କ୍ୟାଟଲ୍‌ ଗାର୍ଡ ଭାଙ୍ଗି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe