ସୋର: ସୋର ଥାନା କେଶରୀପୁର ପଞ୍ଚାୟତ ଫଟାଅର୍ଜୁନ ଛକ ନିକଟରେ ଥିବା ଏକ ଗହଣା ଦୋକାନରୁ ଲୁଟେରାମାନେ ଦୋକାନର କାନ୍ଥ ଭାଙ୍ଗି ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କେଶରୀପୁର ଗ୍ରାମର ରାଜେନ୍ଦ୍ର ସାହୁ ଫଟାଅର୍ଜୁନ ଛକରେ ନୀଳମଣି ଜୁଏଲାରୀ ନାମରେ ଏକ ଗହଣା ଦୋକାନ କରିଛନ୍ତି।
ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଆଜି ସକାଳେ ତାଙ୍କ ଦୋକାନ କାନ୍ଥ ଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିଥିବା ଖବର ପାଇ ଦୋକାନ ଖୋଲିଥିଲେ।
ପରେ ଦୋକାନ ଲକରରୁ ୫ଶହ ଗ୍ରାମ ସୁନା ଓ ୫ କେଜିରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ସମେତ ନଗଦ ୧୨ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Follow Us