ଚୋରି ଗହଣା କିଣିବା ଅଭିଯୋଗରେ ସୋରରୁ ଦୋକାନୀକୁ ଉଠାଇନେଲା ଦିଲୀ ପୁଲିସ

Advertisment

ଦିଲ୍ଲୀରୁ ଗହଣା ଚୋରି ହୋଇଥିବା ଅଭିଯୋଗରେ ନୀଳଗିରି ଏବଂ ସୋର ଅଞ୍ଚଳରୁ ଦୁଇ ଜଣଙ୍କୁ ଦିଲ୍ଲୀ ପୁଲିସ ଉଠାଇଥିବା ଜଣାପଡିଛି। ସୂଚନା ଅନୁସାରେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ଘରେ ରହି ନୀଳଗିରି ଥାନା ଭୀମେଇ ଗ୍ରାମର ରତି ରଞ୍ଜନ ମଳିକ (୩୩) କାମ କରୁଥିଲେ।

ଦିଲ୍ଲୀରୁ ଗହଣା ଚୋରି ହୋଇଥିବା ଅଭିଯୋଗରେ ନୀଳଗିରି ଏବଂ ସୋର ଅଞ୍ଚଳରୁ ଦୁଇ ଜଣଙ୍କୁ ଦିଲ୍ଲୀ ପୁଲିସ ଉଠାଇଥିବା ଜଣାପଡିଛି। ସୂଚନା ଅନୁସାରେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ଘରେ ରହି ନୀଳଗିରି ଥାନା ଭୀମେଇ ଗ୍ରାମର ରତି ରଞ୍ଜନ ମଳିକ (୩୩) କାମ କରୁଥିଲେ।

nj

ସୋର: ଦିଲ୍ଲୀରୁ ଗହଣା ଚୋରି ହୋଇଥିବା ଅଭିଯୋଗରେ ନୀଳଗିରି ଏବଂ ସୋର ଅଞ୍ଚଳରୁ ଦୁଇ ଜଣଙ୍କୁ ଦିଲ୍ଲୀ ପୁଲିସ ଉଠାଇଥିବା ଜଣାପଡିଛି। ସୂଚନା ଅନୁସାରେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ଘରେ ରହି ନୀଳଗିରି ଥାନା ଭୀମେଇ ଗ୍ରାମର ରତି ରଞ୍ଜନ ମଳିକ (୩୩) କାମ କରୁଥିଲେ। ଗତ ଦୁଇ ମାସ ତଳେ ରତି ରଞ୍ଜନ ସୁନା ଗହଣା ସହ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ଏ ନେଇ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ମୂଳେ  ଦିଲ୍ଲୀ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନୀଳଗିରି ପୁଲିସ ସହାୟତାରେ ରତି ରଞ୍ଜନକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ  ରତି ରଞ୍ଜନ ଉକ୍ତ ସୁନା ଗହଣାକୁ ସୋର ପୌରାଞ୍ଚଳ କଂଗ୍ରେସ ଭବନ ନିକଟରେ ଥିବା ମା ସର୍ବ ମଙ୍ଗଳା ଜୁଏଲାରୀରେ ବିକ୍ରି କରିଥିବା ପୁଲିସକୁ କହିଥିଲା। ଫଳରେ ଦିଲ୍ଲୀ ପୁଲିସ ଏବଂ ନୀଳଗିରି ପୁଲିସ ଆଜି ସନ୍ଧ୍ୟାରେ ସୋର ପୁଲିସ ସହାୟତାରେ ଉକ୍ତ ଗହଣା ଦୋକାନରେ ଚଢ଼ାଉ କରି ଚୋରି ଗହଣାକୁ ଜବତ କରିବା ସହିତ ଏହାର ମାଲିକ ପ୍ରଭାକର ସାହୁ (୪୨)କୁ ଉଠାଇ ଆଣି ନୀଳଗିରି ଥାନାକୁ ନେଇ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe