ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୬, ୩୦୦ ଟଙ୍କାର କଏନ୍‌ ଦେଇ ପ୍ରାର୍ଥୀପତ୍ର କିଣିଲେ ଶିବସେନା ପ୍ରାର୍ଥୀ

Advertisment
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୬, ୩୦୦ ଟଙ୍କାର କଏନ୍‌ ଦେଇ ପ୍ରାର୍ଥୀପତ୍ର କିଣିଲେ ଶିବସେନା ପ୍ରାର୍ଥୀ

Image Source: Hindustan Times

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ପ୍ରାର୍ଥୀ ମନୀଷ କୁମାର ଗୁପ୍ତ ପ୍ରାର୍ଥୀପତ୍ର ଖରିଦ କରିବା ବାବଦକୁ ୬, ୩୦୦ ଟଙ୍କାର କଏନ୍‌ ଦେଇ ଗର୍‌ହ୍ଵାଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟକୁ ଚମତ୍କତ କରିଛନ୍ତି।

ପ୍ରାର୍ଥୀପତ୍ର କିଣା ବାବଦକୁ ସେ କେବଳ ଟଙ୍କିକିଆ ମୁଦ୍ରା ଦେଇଥିଲେ। ପ୍ରଥମେ ନିର୍ବାଚନ କର୍ମଚାରୀମାନେ ଏହାକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଥିଲେ, କିନ୍ତୁ ପରେ ସେମାନେ ତିନି ଜଣ କର୍ମଚାରୀ ଲଗାଇ ମୁଦ୍ରାଗୁଡ଼ିକ ଗଣନା କରାଇଥିଲେ। ଗଣନା ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ବ୍ୟୟ କରିବାକୁ ପଡ଼ିଥିଲା।

publive-image

ଗର୍‌ଓ୍ଵାହ୍‌ ଠାରେ କୋଠାବାଡ଼ି ନିମାଣ ସାମଗ୍ରୀ ଦୋକାନ କରିଥିବା ଗୁପ୍ତ କହନ୍ତି: ମୁଁ ୬, ୩୦୦ ଟଙ୍କାର ମୁଦ୍ରା ଓ ବାକି ଅର୍ଥ କାଗଜ ନୋଟ୍‌ ଦେଇଛି। ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାହକ ଏବଂ ବ୍ୟାଙ୍କ୍‌ ଗ୍ରହଣ କରୁବାରେ କୁଣ୍ଠାବୋଧ କରୁଥିବାରୁ ମୁଦ୍ରା କେମିତି ବ୍ୟବସାୟୀମାନଙ୍କୁ ଅଡୁଆରେ ପକାଉଛି ତାହା ଲୋକଲୋଚନକୁ ଆଣିବା।

ଗୁରୁବାର ଦିନ ପ୍ରାର୍ଥୀପତ୍ର ଖରିଦ କରିଥିବା ଗୁପ୍ତ ନଭେମ୍ବର ୧୫ ତାରିଖ ଦିନ ତାହାକୁ ଦାଖଲ କରିବେ।

ନିର୍ବାଚନ ଲଢ଼ିବା ନିମନ୍ତେ ସାଧାରଣ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ କମିସନ ସିକ୍ୟୁରିଟି ଅର୍ଥ ବାବଦକୁ ୧୦, ୦୦୦ ଟଙ୍କା ଧାର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe