Jharkhand Traveller: ଚିଲିକା ମୁହାଣରେ ବୁଡି ଝାଡ଼ଖଣ୍ଡ ପର୍ଯ୍ୟଟକ ମୃତ

Advertisment

ଆଜି ଅପରାହ୍ନରେ ଚିଲିକାର ନୂଆ ମୁହାଣରେ ଜଣେ ପର୍ଯ୍ୟଟକ ଗାଧୋଇଵା ବେଳେ ଭାସି ଯାଇ ମୃତ୍ୟୁ ହୋଇଛି | ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଛି | ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରିଛି |

Updated On

ଆଜି ଅପରାହ୍ନରେ ଚିଲିକାର ନୂଆ ମୁହାଣରେ ଜଣେ ପର୍ଯ୍ୟଟକ ଗାଧୋଇଵା ବେଳେ ଭାସି ଯାଇ ମୃତ୍ୟୁ ହୋଇଛି | ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଛି | ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରିଛି |

ଅଦ୍ୟତନ ହୋଇଛି
Untitled-21 copy

chilika Photograph: (sambad.in)

ବ୍ରହ୍ମଗିରି: ଆଜି ଅପରାହ୍ନରେ ଚିଲିକାର ନୂଆ ମୁହାଣରେ ଜଣେ ପର୍ଯ୍ୟଟକ ଗାଧୋଇଵା ବେଳେ ଭାସି ଯାଇ ମୃତ୍ୟୁ ହୋଇଛି | ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଛି | ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରିଛି | ଖବର ଅନୁଯାୟୀ ଆଜି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀର ୧୫ ଜଣ କର୍ମଚାରୀ ଚିଲିକା ବୁଲିବାକୁ ଆସିଥିଲେ |

 ସେମାନେ ସମସ୍ତେ ବାଘମୁଣ୍ଡା ଜେଟିରୁ ୨ଟି ଡ଼ଙ୍ଗାରେ ଚିଲିକା-ସମୁଦ୍ର ମିଳନ ସ୍ଥଳ ନୂଆ ମୁହାଣ ବୁଲିବାକୁ ଯାଇଥିଲେ | ସେଠାରେ ମୁହାଣରେ ଗାଧୋଇଵାବେଳେ ଝାଡ଼ଖଣ୍ଡର କୁଶଗ୍ର ଦିବ୍ୟ ନାମକ ଜଣେ ପର୍ଯ୍ୟଟକ ମୁହାଣ ସ୍ରୋତରେ ଭାସି ଯାଇଥିଲେ | ଏନେଇ ବ୍ରହ୍ମଗିରି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା | ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରି ଶବ ଉଦ୍ଧାର କରିଛି | ଏବେ ଘଟଣାସ୍ଥଳରେ ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe