ଜିଓ ଓ ଏୟାରଟେଲକୁ ଲାଗିଲା ଝଟକା, ପ୍ଲାନ ମୂଲ୍ୟ ବଢାଇବାରୁ କଟିଗଲେ ଏତିକି ଗ୍ରାହକ

Advertisment

ମହଙ୍ଗା ଶୁଳ୍କ ହେତୁ କ୍ରମାଗତ ତୃତୀୟ ମାସ ପାଇଁ ଏହି କମ୍ପାନୀଗୁଡିକର ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ସବୁଠାରୁ ବଡ ଝଟକା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଲାଗିଛି |

ମହଙ୍ଗା ଶୁଳ୍କ ହେତୁ କ୍ରମାଗତ ତୃତୀୟ ମାସ ପାଇଁ ଏହି କମ୍ପାନୀଗୁଡିକର ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ସବୁଠାରୁ ବଡ ଝଟକା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଲାଗିଛି |

ଡିସେମ୍ବର ମାସରେ ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ପୁଣି ଆଗରେ, ଅପଲୋଡରେ ଆଇଡ଼ିଆ: ଟ୍ରାଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଜୁନ୍ ୨୦୨୪ର ଶେଷ ସପ୍ତାହରେ ଦେଶର ତିନିଟି ଟେଲିକମ କମ୍ପାନୀ ସେମାନଙ୍କର ମୋବାଇଲ୍ ଶୁଳ୍କ ବୃଦ୍ଧି  କରିଥିଲେ | ଆଉ ଏହି ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି | ମହଙ୍ଗା ଶୁଳ୍କ ହେତୁ କ୍ରମାଗତ ତୃତୀୟ ମାସ ପାଇଁ ଏହି କମ୍ପାନୀଗୁଡିକର ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ସବୁଠାରୁ ବଡ ଝଟକା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଲାଗିଛି | ଟେଲିକମ୍ ସେକ୍ଟର ନିୟାମକ ଟ୍ରାଇ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୪ ରେ ୭.୯ ମିଲିୟନ ବା ୭୯ ଲକ୍ଷ ଗ୍ରାହକ ହରାଇଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ସେପ୍ଟେମ୍ବର ୨୦୨୪ ପାଇଁ ଦେଶରେ ଟେଲିକମ୍ ଗ୍ରାହକଙ୍କ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବର ମାସରେ ୭.୯ ମିଲିୟନ୍ ଅର୍ଥାତ୍ ୭୯ ଲକ୍ଷ ହ୍ରାସ ପାଇଛି। ଅଗଷ୍ଟ ମାସରେ ରିଲାଏନ୍ସ ଜିଓର ଗ୍ରାହକଙ୍କ ସଂଖ୍ୟା ୪୭.୧୭ କୋଟି ଥିଲା, ଯାହା ସେପ୍ଟେମ୍ବର ମାସରେ ୪୬.୩୭ କୋଟିକୁ ଖସି ଆସିଛି।

ଗ୍ରାହକଙ୍କୁ ହରାଇବା ଦୃଷ୍ଟିରେ ଭୋଡାଫୋନ୍ ଆଇଡିଆ ଦ୍ୱିତୀୟ ସ୍ଥାନରେ ରହିଛି। କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୧.୫ ମିଲିୟନ୍ ବା ୧୫ ଲକ୍ଷ ହ୍ରାସ ପାଇଛି। ଭୋଡାଫୋନ୍ ଆଇଡିଆରେ ଅଗଷ୍ଟରେ ମୋଟ ୨୧.୪୦ କୋଟି ଗ୍ରାହକ ଥିଲେ, ଯାହା ସେପ୍ଟେମ୍ବର ମାସରେ ୨୧.୨୪ କୋଟିକୁ ଖସି ଆସିଛି। ଏୟାରଟେଲର ମୋବାଇଲ୍ ଗ୍ରାହକମାନେ ମଧ୍ୟ ହ୍ରାସ ପାଇଛନ୍ତି। ତେବେ ଏହି ତିନୋଟି ଘରୋଇ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ହରାଇଥିବାବେଳେ ସେପ୍ଟେମ୍ବର ମାସରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେପ୍ଟେମ୍ବର ମାସରେ ବିଏସଏନଏଲ ଗ୍ରାହକମାନଙ୍କ ସଂଖ୍ୟା ୮.୪୯ ଲକ୍ଷ ବୃଦ୍ଧି ପାଇଛି ଏବଂ ସେପ୍ଟେମ୍ବରରେ ଏହା ୯.୧୮ କୋଟିରେ ପହଂଚିଛି |

ସମସ୍ତ ତିନୋଟି ବେସରକାରୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ୨୭ ଏବଂ ୨୮ ଜୁନ୍ ୨୦୨୪ରେ ମୋବାଇଲ୍ ଶୁଳ୍କରେ ୧୦ ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ, ଯାହା ଜୁଲାଇ ୨୦୨୪ର ପ୍ରଥମ ସପ୍ତାହରୁ ଲାଗୁ ହୋଇଥିଲା। ବର୍ତ୍ତମାନ ଏହି ନିଷ୍ପତ୍ତି ଏହି କମ୍ପାନୀଗୁଡିକ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe