ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫର୍: ରିଚାର୍ଜ ପ୍ଲାନରେ ୭୦୦ ଟଙ୍କା ପର୍ଯ୍ୟନ୍ତ ଲାଭ

ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ ଜିବିର ଅତିରିକ୍ତ ଡାଟା ପ୍ୟାକ୍ ମିଳିବ, ଯାହାର ବୈଧତା ୨୮ ଦିନ ରହିବ ।

ଜିଓର ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ ‘ଜିଓ ପ୍ଲସ୍‌’ର ହେଲା ଶୁଭାରମ୍ଭ; ମିଳିବ ଏକ ମାସର ମାଗଣା ଟ୍ରାଏଲ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଭାରତରେ ବ୍ୟବସାୟିକ ଭାବରେ ଏହାର ସେବା ଆରମ୍ଭ କରିବାର ୮ ବର୍ଷ ପୂରଣ ହୋଇଛି । ଏହି ଅଷ୍ଟମ ବର୍ଷପୂର୍ତ୍ତି ଅବସରରେ ଜିଓ ନିଜର ପ୍ରିପେଡ଼ ମୋବାଇଲ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଆନିଭର୍ସାରି ଅଫର ଆଣିଛି । ଜିଓ ମୋବାଇଲ୍ ଉପଭୋକ୍ତାମାନେ ତିନୋଟି ନିର୍ଦ୍ଦିଷ୍ଟ ରିଚାର୍ଜ ପ୍ଲାନ ସହିତ ସୀମିତ ଅବଧି ମଧ୍ୟରେ ଏହି ବିଶେଷ ଅଫରର ଲାଭ ନେଇ ପାରିବେ ।

ଚଳିତ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୧୦ ମଧ୍ୟରେ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ତିନିମାସ ଅବଧି ବିଶିଷ୍ଟ ରିଚାର୍ଜ ପ୍ଲାନ ଏବଂ ୩୫୯୯ ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନ ସହିତ ରିଚାର୍ଜ କରୁଥିବା ଜିଓ ପ୍ରିପେଡ଼ ମୋବାଇଲ ଉପଭୋକ୍ତାମାନେ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ ପାଇପାରିବେ । ଉଭୟ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ତିନିମାସିଆ ରିଚାର୍ଜ ପ୍ଳାନରେ ଦୈନିକ ୨ ଜିବି ହାଇସ୍ପିଡ଼ ଡାଟା ମିଳୁଥିବା ବେଳେ ବୈଧତା ଅବଧି ଯଥାକ୍ରମେ ୯୦ ଦିନ ଓ ୯୮ ଦିନ ରହିଛି । ସେହିଭଳି ୩୫୯୯ ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନର ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ଦୈନିକ ୨.୫ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି ।

ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ ଜିବିର ଅତିରିକ୍ତ ଡାଟା ପ୍ୟାକ୍ ମିଳିବ, ଯାହାର ବୈଧତା ୨୮ ଦିନ ରହିବ । ଏହା ସହିତ ତିନି ମାସର ଜୋମାଟୋ ଗୋଲ୍ଡ ମେମ୍ବରସିପ ମଧ୍ୟ ମାଗଣାରେ ଉପଲବ୍ଧ ହେବ।

ସେହିଭଳି ଏହି ଅଫରର ଲାଭ ନେଉଥିବା ସବୁ ଉପଭକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି ଭାଉଚର ମିଳିବ ଯାହା ଆଜିଓରେ ୨୯୯୯ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ସହିତ ବ୍ୟବହାର କରାଯାଇପାରିବ। ଏହି ଅଫର କେବଳ ସେହି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୧୦ ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ଲାନରେ ରିଚାର୍ଜ କରିବେ। ଆଜିକୁ ୮ ବର୍ଷ ପୂର୍ବେ ସେପ୍ଟେମ୍ବର ୫, ୨୦୧୬ ରେ ଓଡିଶା ସମେତ ସାରା ଭାରତରେ ଜିଓ ବ୍ୟବସାୟିକ ଭାବରେ ନିଜର ସେବା ଶୁଭାରମ୍ଭ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe