ଗ୍ରାହକଙ୍କ ପାଇଁ ଏହି ଦୁଇଟି ପ୍ଲାନ ଆଣିଲା ଜିଓ, ମାଗଣାରେ ମିଳିବ ନେଟଫ୍ଲିକ୍ସ ସବସ୍କ୍ରିପସନ

ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଭଲ ଅଫର ଆଣିଛି। ଏବେ ଜିଓର କିଛି ମନୋନୀତ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତାମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ମଧ୍ୟ ପାଇବେ।

2955d678-e3a7-4f55-800b-9e5d24fc252a

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଭଲ ଅଫର ଆଣିଛି। ଏବେ ଜିଓର କିଛି ମନୋନୀତ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତାମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ମଧ୍ୟ ପାଇବେ। ଏହା ସହିତ, ଉପଭୋକ୍ତାମାନଙ୍କୁ ପୃଥକ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ନେବାକୁ ପଡ଼ିବ ନାହିଁ ଏବଂ ସେମାନେ କୌଣସି ଅତିରିକ୍ତ ଚାର୍ଜ ବିନା ସେମାନଙ୍କର ପ୍ରିୟ ଶୋ ଏବଂ ଚଳଚ୍ଚିତ୍ର ଉପଭୋଗ କରିପାରିବେ।

ଏହି ଦୁଇଟି ଯୋଜନାରେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଉପଲବ୍ଧ ହେବ
୧୨୯୯ ଟଙ୍କାର ଜିଓ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳିବ ଯାହାର ବୈଧତା ୮୪ ଦିନ (ମୋଟ ୧୬୮ଜିବି ଡାଟା) ରହିବ | ଏଥିରେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ  ସହ ଅତିରିକ୍ତ ସୁବିଧା ଭାବେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍, ଜିଓଟିଭି, ଜିଓ କ୍ଲାଉଡ଼ ମିଳିବ |


ସେହିପରି ୧୭୯୯ ଟଙ୍କା ଜିଓ ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିବାକୁ ଥିବାବେଳେ ଏହାର ବୈଧତା ୮୪ ଦିନ (ମୋଟ ୨୫୨ ଜିବି ଡାଟା) ରହିବ | ଏଥିରେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ସହ ଅତିରିକ୍ତ ସୁବିଧା ଭାବେ ନେଟଫ୍ଲିକ୍ସ ସବସ୍କ୍ରିପସନ୍, ଜିଓଟିଭି, ଜିଓ କ୍ଲାଉଡ଼ ମିଳିବ |

କିପରି ରିଚାର୍ଜ କରିବେ?

ଉପଭୋକ୍ତାମାନେ ମାଇଜିଓ ଆପ୍, ଜିଓର ଅଫିସିଆଲ୍ ୱେବସାଇଟ୍, କିମ୍ବା ଯେକୌଣସି ଲୋକପ୍ରିୟ ପେମେଣ୍ଟ ଆପ୍ ରୁ ଏହି ଯୋଜନାଗୁଡ଼ିକୁ ରିଚାର୍ଜ କରିପାରିବେ। ରିଚାର୍ଜ ହେବା ପରେ, ଉପଭୋକ୍ତାମାନେ ସେମାନଙ୍କର ନେଟଫ୍ଲିକ୍ସ ଆକାଉଣ୍ଟକୁ ଲିଙ୍କ୍ କରିପାରିବେ କିମ୍ବା ଏକ ନୂତନ ଆକାଉଣ୍ଟ ତିଆରି କରିପାରିବେ ଏବଂ ତୁରନ୍ତ ଷ୍ଟ୍ରିମିଂ ଆରମ୍ଭ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe