ବର-ବଧୂ ବେଶରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ନବବିବାହିତ ଦମ୍ପତି, ଫଟୋ ଭାଇରାଲ୍‌ ପରେ ପାଲଟିଗଲେ ଚର୍ଚ୍ଚିତ

Advertisment
ବର-ବଧୂ ବେଶରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ନବବିବାହିତ ଦମ୍ପତି, ଫଟୋ ଭାଇରାଲ୍‌ ପରେ ପାଲଟିଗଲେ ଚର୍ଚ୍ଚିତ

Photo Credit: Twitter

ଉଧମପୁର: ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଜିଲ୍ଳାର ନବବିବାହିତ ଦମ୍ପତି ନିଜ ମତ ସାବ୍ୟସ୍ତ କରିବାକୁ ପୁଲିଂ ବୁଥ୍‌ରେ ପହଞ୍ଚିଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। ଏହି ଦୁଇ ନବବିବାହିତ ପୂରା ବର-କନ୍ୟା ବେଶ୍‌ରେ ଯାଇ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଦେଖି ଲୋକେ ଚକିତ ହୋଇ ଯାଇଥିଲେ। ଏହି ଫଟୋଟି ପ୍ରଥମେ ଟ୍ଵିଟ୍‌ଟରରେ ଟୁଇଟ୍‌ ହେବା ପରେ ଆକାଉଣ୍ଟ୍‌ରୁ ଆକାଉଣ୍ଟ୍‌କୁ ଘୂରି ବୁଲିଥିଲା। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ଏହି ଫଟୋଟିକୁ ତା’ର ଅଫିସିଆଲ୍‌ ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରିବା ପରେ ଏହି ଦମ୍ପତି ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ଏହି ଦମ୍ପତିଙ୍କୁ ଏବେ ଅନେକ ଟ୍ଵିଟର୍‌ ବ୍ୟବହାରକାରୀ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏପରି ବର-କନ୍ୟା ବେଶରେ ମତଦାନ କଲେ ଏମାନେ ପ୍ରସିଦ୍ଧ ହେବେ ବୋଲି ଜାଣି ଜାଣି ଏପରି କରିଥିବା କେହି କେହି ବ୍ୟବହାରକାରୀ ନିଜର ମତ ରଖିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe