ଉଡ଼ନ୍ତା ବିମାନରେ ଝୁଲି ସୁଟିଂ କରିବା ମହଙ୍ଗା ପଡ଼ିଲା, ତଳକୁ ଖସିପଡ଼ି କଣ୍ଠଶିଳ୍ପୀଙ୍କ ହେଲା ମୃତ୍ୟୁ

Advertisment
ଉଡ଼ନ୍ତା ବିମାନରେ ଝୁଲି ସୁଟିଂ କରିବା ମହଙ୍ଗା ପଡ଼ିଲା, ତଳକୁ ଖସିପଡ଼ି କଣ୍ଠଶିଳ୍ପୀଙ୍କ ହେଲା ମୃତ୍ୟୁ

କାନାଡା: କାନାଡାରେ ଜଣେ କଣ୍ଠଶିଳ୍ପୀ ଉଡନ୍ତା ବିମାନର ଉଇଙ୍ଗରେ ଛିଡା ହୋଇ ଭିଡିଓ ବନାଉଥିଲା। ଏହି ସମୟରେ ଆକସ୍ମିକ ଭାବେ ତାଙ୍କ ହାତ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଗତ ଶନିବାର ଘଟିଥିବା ଏହି ଦୁର୍ଘଟଣାରେ କଣ୍ଠଶିଳ୍ପୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଫଳରେ ତାଙ୍କ ପ୍ରଶଂସକ ମଧ୍ୟରେ ଦୁଃଖର ଲହରି ଖେଳି ଯାଇଥିଲା। ଏହି ଘଟଣା ବ୍ରିଟିଶ କୋଲମ୍ବିଆ ପ୍ରାନ୍ତର ଓ୍ଵର୍ଣ୍ଣନ ଅଞ୍ଚଳରେ ଘଟିଛି। ମୃତ କଣ୍ଠଶିଳ୍ପୀଙ୍କ ଚିହ୍ନଟ ୩୪ବର୍ଷୀୟ ଜନ ଜେମ୍ସ ମେକମୁରେ ଭାବେ ହୋଇଛି। ଜେମ୍ସ ନିଜର ମ୍ୟୁଜିକ୍‌ ଭିଡିଓ ସୁଟ କରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ମେକମୁରେ ମ୍ୟାନେଜର ରିୟାନ୍‌ ଡେସ୍‌ରୋଚର୍ସଙ୍କ କହିବାନୁସାରେ, କଣ୍ଠଶିଳ୍ପୀ ବିମାନ ଡେଣା ଧରି ସୁଟିଂ କରୁଥିବା ସମୟରେ ହଠାତ୍‌ ତଳକୁ ଖସି ପଡ଼ିଥିଲେ। ସେ ତାଙ୍କର ପାରାଚୁଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ଖୋଲି ନଥିଲା। ତେବେ ଏହି ଷ୍ଟଣ୍ଟ ପାଇଁ କଣ୍ଠଶିଳ୍ପୀ ପୂର୍ବରୁ ବହୁ ପ୍ରସ୍ତୁତି ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe