ମୋବାଇଲ ନେବେ ହେଲେ ଭିଡିଓଗ୍ରାଫି ମନା

Advertisment

ଧାରଣା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାସୁଝା କରିଥିଲେ, ଏହାପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ | ବର୍ତ୍ତମାନ ମୋବାଇଲ ନେବାକୁ ଅନୁମତି ଥିଲେ ବି ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା କରାଯାଇଛି |

ଧାରଣା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାସୁଝା କରିଥିଲେ, ଏହାପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ | ବର୍ତ୍ତମାନ ମୋବାଇଲ ନେବାକୁ ଅନୁମତି ଥିଲେ ବି ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା କରାଯାଇଛି |

strike

ଭୁବନେଶ୍ୱର: ଶେଷରେ ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାନସଭାରେ ପ୍ରଶ୍ନକାଳକୁ ବଏକଟ କରିଥିଲେ ସାମ୍ବାଦିକ। ପୂର୍ବରୁ ସମାନ ଢଙ୍ଗରେ ବିଧାନସଭାକୁ ସାମ୍ବାଦିକଙ୍କ କ୍ୟାମେରା ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ଆଉ ଏବେ ବିଜେଡି ଭଳି ବିଜେପି ମଧ୍ୟ ସାମ୍ବାଦିକଙ୍କ ମୋବାଇଲ ଉପରେ କଟକଣା ଲଗାଇଛି ବୋଲି କହିଥିଲେ |

ମିଳିଥିବା ସୂଚନା ମୁତାବକ ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ହେବା ଭିଡିଓ ଭାଇରାଲ ହେଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ କଟକଣା ଲାଗିଥିଲା । ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ ।

 ପରସ୍ପରକୁ ଧକ୍କା ଦେବା ସହିତ, ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ, ଯାହାର ଖବର ପ୍ରସାରଣ କରିଥିଲା ଗଣମାଧ୍ୟମ । ତେବେ ଧାରଣା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାସୁଝା କରିଥିଲେ, ଏହାପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ | ବର୍ତ୍ତମାନ ମୋବାଇଲ ନେବାକୁ ଅନୁମତି ଥିଲେ ବି ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe