ଗୁଆହାଟୀ: ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଆସାମ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ସିଙ୍ଗାପୁର ପୁଲିସ ଭଳି ସମାନ ତଥ୍ୟ ପ୍ରକାଶ କରିଛି, ଯେ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ନିୟନ୍ତ୍ରଶ ହରାଇ ସେ ପାଣିରେ ବୁଡ଼ି ଯାଇଥିଲେ। କିନ୍ତୁ ପୁଲିସ ଏହା ମଧ୍ୟ କହିଛି ଯେ, ଗାୟକଙ୍କୁ ପ୍ରଚୁର ମଦ୍ୟପାନ କରାଯିବା ପଛରେ କୌଣସି ଉଦ୍ଦେଶ୍ୟ ଥାଇପାରେ। ପୁଲିସର ଏଭଳି ମନ୍ତବ୍ୟ ଘଟଣାକୁ ରହସ୍ୟମୟ କରିଛି। ସିଙ୍ଗାପୁରର ପୁଲିସ ସେଠାକାର ଏକ ସ୍ଥାନୀୟ କୋର୍ଟକୁ କହିଛି ଯେ, ଜୁବିନ୍ ଗର୍ଗ ଲାଜାରସ୍ ଦ୍ୱୀପର ଜଳରେ ଲାଇଫ୍ ଜ୍ୟାକେଟ୍ ବିନା ପ୍ରବେଶ କରିଥିଲେ ଏବଂ ବୁଡ଼ି ଯାଇଥିଲେ। ତାଙ୍କ ଶରୀରରେ ମଣିଷ ଶରୀରର ଧାର୍ଯ୍ୟ ସୀମାଠାରୁ ଚାରି ଗୁଣା ଅଧିକ ମଦଥିଲା। ଟକ୍ସିକୋଲୋଜି ହାଇପରଟେନସନ୍ ଓ ଅପସ୍ମାର ବାତ ଔଷଧ ଚିହ୍ନଟ କରିଥିଲା।

Advertisment

କିନ୍ତୁ ଅନ୍ୟ କୌଣସି ଡ୍ରଗ୍ସ ନଥିଲା। ଆସାମ ଏସଆଇଟି କହିଛି ଯେ ଗାୟକଙ୍କ ଶରୀରରେ ବହୁ ଅଧିକ ପରିମାଣର ମଦ ଥିବାର ରିପୋର୍ଟ ଆମେ ପାଇଛୁ। ତେବେ ମାମଲାରେ ହତ୍ୟା ଅଭିଯୋଗ ମଧ୍ୟ ଯୋଡାଯାଇଛି। କାରଣ ଆମେ ସନ୍ଦେହ କରୁଛୁ ଯେ, ଗାୟକଙ୍କୁ ପ୍ରଚୁର ମଦ୍ୟପାନ କରାଇବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ଥାଇପାରେ। ଆମେ ସିଙ୍ଗାପୁରର ତଦନ୍ତ ଉପରେ କୌଣସି ମତାମତ ଦେବୁ ନାହିଁ, କିନ୍ତୁ ଆମେ ଆମର ତଦନ୍ତ ସମାପ୍ତ କରିଛୁ ଏବଂ ଆମେ ଆମର ଚାର୍ଜସିଟ୍ ଦାଖଲ କରିଛୁ। ଏହା କୋର୍ଟରେ ଅଛି ଓ ବିଚାରାଧୀନ ଅଛି ବୋଲି ଆସାମ ସ୍ୱତନ୍ତ୍ର ଡିଜିପି ଏବଂ ଏସଆଇଟି ମୁଖ୍ୟ ଏମପି ଗୁପ୍ତା କହିଛନ୍ତି। ତାଙ୍କୁ ପାଣିକୁ ଡେଇଁବାକୁ ଉସୁକାଯାଇଥିଲା। ଅଭିଯୁକ୍ତମାନେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଡାକ୍ତରୀ ପରାମର୍ଶକୁ ସମ୍ପୂର୍ଣ୍ଣ ଭାବରେ ଜାଣିଥିଲେ। 

ଆହୁରି ପଢନ୍ତୁ: Murder: ଗୋଆରେ ପ୍ରେମିକା, ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରି ରୁଷ୍‌ ନାଗରିକ ଗିରଫ

ଜୁବିନ୍ ମଦ୍ୟପାନ କରିବା ପରେ ମଧ୍ୟ ସେମାନେ ତାଙ୍କୁ ଅଧିକ ମଦ୍ୟପାନ ଦେଇଥିଲେ ବୋଲି ଗୁପ୍ତା କହିଛନ୍ତି। ଆମେ ଜାଣିପାରିଛୁ ଯେ ତାଙ୍କ ମ୍ୟାନେଜର କିପରି ଜୁବିନ୍‌ଙ୍କ ଆୟରୁ ବିପୁଳ ପରିମାଣର ଟଙ୍କା ଆତ୍ମସାତ କରିଥିଲେ। ଜୁବିନ୍ ଗର୍ଗ ସିଙ୍ଗାପୁରରେ ପହଞ୍ଚିବା ପରେ ଆମେ ପ୍ରତିଟି ଘଟଣାକ୍ରମର ତଦନ୍ତ କରିଛୁ। ସିଙ୍ଗାପୁର ଯିବା ପୂର୍ବରୁ ଜୁବିନ୍ ଗର୍ଗଙ୍କ ଜୀବନରେ କଣ ଘଟିଥିଲା ​​ତାହାର ମଧ୍ୟ ଆମେ ତଦନ୍ତ କରିଛୁ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆମେ ରିପୋର୍ଟରୁ ପାଇଛୁ ରକ୍ତରେ ଆଲକୋହଲର ସ୍ତର ଅତ୍ୟନ୍ତ ଉଚ୍ଚ ଥିଲା। ଏହା ଏତେ ଅଧିକ ଥିଲା ଯେ, ସେହି ପରିସ୍ଥିତିରେ ଜଣେ ବ୍ୟକ୍ତି ଶାରୀରିକ ଗତିବିଧି ଉପରେ ନିୟନ୍ତ୍ରଣ ହରାଇବା ଓ ନିଜର ମାନସିକ ହରାଇ ବସିବା ସ୍ବାଭାବିକ।

ଜୁବିନ୍ ଗର୍ଗଙ୍କ ପତ୍ନୀ ଗରିମା ସାଇକିଆ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, ପରିବାରର ସତ୍ୟର ଅନୁସନ୍ଧାନ ଆଇନଗତ ଭାବେ ବିଭିନ୍ନ କ୍ଷେତ୍ରରେ ଜାରି ରହିଛି। ସେ କହିଛନ୍ତି, ଘଟଣାର କିଛି ଦିନ ପରେ ସୋସିଆଲ ମିଡିଆରେ ୟାଚ୍‌ର ଭିଡିଓ ପ୍ରକାଶ ପାଇବା ପରେ ହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ପରେ ଆସାମରେ ଏକ ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର୍‌) ଦାଖଲ କରାଯାଇଥିଲା, ତା’ପରେ ଏସ୍‌ଆଇଟି ଗଠନ କରାଯାଇଥିଲା। ଆସାମ ପୁଲିସ ୨,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟ୍‌ରେ ହତ୍ୟା ଅଭିଯୋଗ ମଧ୍ୟ ଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ, ଘଟଣା ପରେ ସିଙ୍ଗାପୁର କର୍ତ୍ତୃପକ୍ଷ ନିଜେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

ଆହୁରି ପଢନ୍ତୁ: Drone in LOC: ପାକିସ୍ତାନୀ ଡ୍ରୋନ୍ ଏଲ୍‌ଓସିରେ କାହିଁକି ଉଡ଼ି ବୁଲୁଛି, ଆକ୍ରମଣ ଯୋଜନା ନା ଆଉକିଛି

ଭାରତୀୟ ଉଚ୍ଚାୟୁକ୍ତ ଆଇନଗତ ଏବଂ ପୋଷ୍ଟମର୍ଟମ ପ୍ରକ୍ରିୟାର ସମନ୍ୱୟ କରିଥିଲେ। ପରିବାର ବର୍ଗ କହିଛନ୍ତି ଯେ, ୟାଚ୍‌ରେ ସୁରକ୍ଷା ବ୍ୟବସ୍ଥା, ଜୁବିନ୍ ଗର୍ଗଙ୍କ ଶାରୀରିକ ଅବସ୍ଥା, ସମୁଦ୍ରରେ ପ୍ରବେଶ କରିବା ପୂର୍ବରୁ ଘଟଣାଗୁଡ଼ିକର କ୍ରମ ରେକର୍ଡରେ ରଖାଯାଇଛି। ପରିବାର ପକ୍ଷରୁ କେନ୍ଦ୍ର ଏବଂ ଆସାମ ସରକାରଙ୍କୁ ସିଙ୍ଗାପୁରର କାର୍ଯ୍ୟଧାରା ଉପରେ କଡ଼ା ନଜର ରଖିବାକୁ ଏବଂ ସମସ୍ତ ତଥ୍ୟ କୋର୍ଟ ସମ୍ମୁଖରେ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ସେମାନେ ପ୍ରତ୍ୟେକ ଆଇନଗତ ରାସ୍ତା ଅନୁସନ୍ଧାନ କରିଛନ୍ତି ବୋଲି ପୁନରାବୃତ୍ତି କରି, ପରିବାର ପକ୍ଷରୁ କୁହାଯାଇଛି ଯେ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରହିଛି।